STORYMIRROR

ଶିଶିର ସାହୁ ମନୋଜ

Others

3  

ଶିଶିର ସାହୁ ମନୋଜ

Others

ତେଣୁ କବି ବୋଲେ ଏ ସଂସାର

ତେଣୁ କବି ବୋଲେ ଏ ସଂସାର

1 min
279

ସାହିତ୍ୟ ର ସୁରମ୍ୟ ଅରଣ୍ୟେ

ଫୁଟିଲା ଏ କଳିକା ଗୋପନେ


ସୁଗନ୍ଧ ତା ପ୍ରସାରିତ ହେଲା

ଜନମନ ପ୍ରସନ୍ନ କରିଲା


କ୍ରମେ ଲୋକେ ହୋଇଲେ ଉନ୍ମତ୍ତ

ଦେଲେ ସିଏ ଭିନ୍ନ ଏକ ମତ


ମତି ମତ ଗ୍ରହଣ କରିଲା

ମନେ ମନ ଏକାକାର ହେଲା


ତାର ଗାନ ଗାଇଲେ ସକଳେ

ବଢାଇଲେ କଳେବର ଦିନୁଁଦିନ ତାରେ


ନାମ ଦେଲେ କବିତା ତାହାର

କରିପାରେ ହୃଦୟେଁ ପ୍ରହାର


ଆଜି ପୁଣି ଦ୍ରୁମଟିଏ ହୋଇ

ଜନ ମନ ନେଇଯାଏ ମୋହି


ରୂପ ତାର ଅନେକ ସଂସାରେ

କେ କୋରାନ କେ ଗୀତା କହେ


ମନେ ଯେବେ ପବିତ୍ରତା ଥିବ

ନିଶ୍ଚେ ଦିନେ କବିଟିଏ ହେବ


ଗାଇ ତାର ଅମର ଏ ଗାଥା

ମନୁଁ ମୋର ଚାଲିଯାଏ ବ୍ୟଥା


ପ୍ରଗଳ୍ଭ ମୁଁ ପ୍ରେମରେ ତାହାର

ତେଣୁ କବି ବୋଲେ ଏ ସଂସାର ।


Rate this content
Log in