STORYMIRROR

Nirupama Bhattamishra

Fantasy

4  

Nirupama Bhattamishra

Fantasy

ଶବ୍ଦ ପକ୍ଷୀ

ଶବ୍ଦ ପକ୍ଷୀ

1 min
347

ମୁଁ ନିରୋଳାରେ

ଆତ୍ମ ମଗ୍ନ ହେବାର ବେଳାରେ

ଶବ୍ଦ ମାନେ

ଶହ ଶହ ପ୍ରଜାପତି ହୋଇ

ଘୁରିବୁଲନ୍ତି ମୋ ଚାରି ପାଖରେ ।

ସେମାନେ ଉଡନ୍ତି

ମୋ ବାଲ୍ୟ, ଶୈଶବ ଓ ଯୌବନକୁ ନେଇ

ସେମାନେ ଉଡନ୍ତି ମୋ ବିଭୋରତାକୁ ନେଇ

ମତେ ଅନ୍ୟମନସ୍କ କରିବା ପାଇଁ ।

ଏ ଉଡାଣ ମତେ ନେଇ ପହଞ୍ଚେଇ ଦିଏ

କେଉଁ ଏକ ନିର୍ଜନ ଉପତ୍ୟକାରେ

ଯେଉଁଠି କେହିଜଣେ ଅନନ୍ତ ଅପେକ୍ଷାରେ ଥାଏ ।

କାହା ନୀଳ ନିମନ୍ତ୍ରଣରେ

ମୁଁ ଅଥୟ ହୁଏ

କଦମ୍ବ ବାସ୍ନାରେ ମହକିତ ପୃଥିବୀ

ଯମୁନା ପୂର୍ଣ୍ଣଗର୍ଭା

ଆଖିକୁ ଆଲୋକିତ କରୁଥାଏ

ଗୋଟେ ସୂର୍ଯ୍ୟ ସ୍ନାତ ସକାଳ

ଏତେସବୁ ସମ୍ଭାବନା ଭିତରେ ବି

କେହିଜଣେ ପ୍ରବର୍ତ୍ତାଉଥାଏ

ଫେରିବାକୁ ।

ନା ଧରିପାରେ ଶବ୍ଦ ନା ପ୍ରଜାପତି

ମୁଁ ଫେରେ

ଆଖି ଖୋଲେ

ମହଣ ମହଣ ଅନ୍ଧାର

ସାମ୍ନାରେ ସଦା କାଗଜ । ।



Rate this content
Log in

Similar oriya poem from Fantasy