କବିତା
କବିତା
କବିତା ହୋଇପାରେ କବିର
ଛାତି ତଳ ଭାଷା
କବିତା ବୋଧହୁଏ ସମାଜର
ନିର୍ଣ୍ଣାୟକ ଆଶା ।।
କବିତା ବି କାନ୍ଥ ଟିଏ ସାହିତ୍ୟ
ପରିବାରର ନିଶା
କବିତା ବି ଦେଇପାରେ କାନ୍ଧ
ଲିଖନ ସୃଜନ ପଶା ।।
କବିତାରେ କଳ୍ପନାର ତାଜମହଲ
କବିର ଅନ୍ଵେଷା
କବିତାବି କୋଣାର୍କଟିଏ ଯୋଉଠି
ବିଶୁମହାରଣାର ହତାଶା ।।
କବିତା କେବେ ଚିଲିକାର ପକ୍ଷୀ
ଉଡିଆସିବାର ନିଶା
କବିତା କେବେ ସ୍ୱପ୍ନର ବାସ୍ତବ ରୂପ
ବଢ଼ାଏ ଜିଜ୍ଞାସା ।।
କବିତା ଭିତରେ ପ୍ରେମ ନୈଶର୍ଗିକ
ଭାବ ଭକ୍ତି ଝଲସା
କବିତା ଏକ ଶଙ୍ଖନାଦ ଅଭେଦ
ଡାକିଆଣେ ଅଦିନିଆ ବର୍ଷା ।।
କବିତାରେ ନୂତନଜୀବନ ପାଇଁ
ଭାଗବତ ଚଉତିଶା
କବିତା କାଳଜୟୀ ହେଉ ବା ନହେଉ
ରହିଥାଏ ଅକଳନ୍ତି ତୃଷା ।।
କବିତା ବୋଧଗମ୍ୟ ନୈତିକ ଶିକ୍ଷାରେ
ପରିପୂର୍ଣ୍ଣ ସୁନେଲି ଉଷା
କବିତା ପ୍ରୀତି ମୈତ୍ରୀ ଭାବ ଭକ୍ତି ଭଣ୍ଡାର
ଆରମ୍ଭରୁ ଇତି ଯାଏଁ ମୃଗତୃଷ୍ନା ।।
କବିତା ପଂକ୍ତି ପରେ ପଂକ୍ତି ଆଣେ
ମହୁଆ ମାଦକତା ନିଶା
କବିତା ପରିପୂର୍ଣ୍ଣତାର ଅମୃତ ମଣୋହୀ
କେବଳ ପ୍ରତ୍ୟାସା ।।