ଭଲ ଲାଗୁଥିବା କଥା ସବୁ
କିଣିନେଇ ହାଟୁ
ନୂଆବର୍ଷ ଭୋଜି ଭାତ ମସ୍ତି
ପକାଇ କଦଳୀପତ୍ର ପଟୁ
ଓଁ ଉଚ୍ଚାରିବା ସର୍ବେ ମିଳି ମିଶି
ରାଗ ରୋଷ ହିଂସା ହଟୁ
ଡାକିବା ହରିବୋଲ ଦେବା ହୁଳହୁଳି
ସବୁ ରିଷ୍ଟ କଟୁ
ଧନ ଲୋଡ଼ା ନାହିଁ ଯେତିକି ଦେଇଛ ସାଇଁ
ରଖିବାକୁ ପାଶେ ଦ୍ୱେଷ ଫିଟୁ
ଆମେ ଓଡ଼ିଆ ଆମ ଭାଷା ବଢିଆ
ଆମ ସାହିତ୍ୟ ସଦ୍ଭବନା ରଟୁ
କାଉ କୋଇଲି ଶୁଆ ବଣି କଜ୍ଜଳପାତି
ପକ୍ଷୀ ମଣିଷ ଆମେ ଫୁଟୁ
ଫୁଲ ପରି ବାସ ବିତରି ଛାଡ଼ି କଳି କଟୁରି
ମାଟି ଭୂଇଁ ସାଉଁଟି ଲୋଟୁ
ନୂଆବର୍ଷ ଆସ ଆସ ଶିଖାଇ ନୂଆ ପରଶ
ହର୍ଷ ଉଲ୍ଲାସ ବାଣ୍ଟୁ
ଚାଲିବାକୁ ବଳ ବଞ୍ଚିବାକୁ ଜଳ ରହି ସ୍ଥଳ
ପାଇ ପବନ ଆଦିରେ ନଝୁଣ୍ଟୁ
ପେଚା ଡାକେ ହୁଣ୍ଟୁ ହୁଣ୍ଟୁ ପକ୍ଷୀ ପରି ଖୁଣ୍ଟୁ
ଅଢେଇ ଦିନ ଜୀବନ ଭଲେ କଟୁ
ଶୁଆ ଡାକେ ହସି କୁଣିଆ ଆସିଲେ ବସିଲେ
ଡାକିଲେ ମତେ ନା ସମସ୍ତଙ୍କୁ ମିଠୁ ମିଠୁ