STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଉତ୍କଳ ଦିବସର ଅନୁଚିନ୍ତା 

ଉତ୍କଳ ଦିବସର ଅନୁଚିନ୍ତା 

1 min
6


ସୁନେଲି ସକାଳେ କଡ଼ ଲେଉଟେଇ ଶୁଭେ 
ବର୍ଷାଣାଂ ଭାରତ ଶ୍ରେଷ୍ଠ 
ପକ୍ଷୀ କାକଳୀ ଜାଗୁରିତ ହୋଇ ଦେଖ ଶୁଭେ
ଦେଶାନାଂ ଉତ୍କଳ ସ୍ପୃତ 
ଉତ୍କଳସ୍ୟ ସମଦେଶ ଦେଶ ନାହିଁ କୋଉଠି 
ଅଟେ ମହୀତଳେ ଗରିଷ୍ଠ 
ଉତ୍କଳ ଗୌରବ ମଧୁସୂଦନ ଦାସ 
ଵୁଦ୍ଧି ବଳେ ପରା ଶ୍ରେଷ୍ଠ 
କର୍ମବୀର ଗୌରୀଶଙ୍କର ରାୟ 
କର୍ମ ରେ ନିଶ୍ଚୟ ଜ୍ୟେଷ୍ଟ 
ଉତ୍କଳ ମଣି ଗୋପବନ୍ଧୁ ଦାସ ଆପଣେ 
ସତ୍ୟବାଦୀର ବରିଷ୍ଠ
ବ୍ୟାସକବି ଫକୀରମୋହନ ସେନାପତି 
ସୂର୍ଯ୍ୟ ସମ ଗାଳ୍ପିକ ଉଦିଷ୍ଟ 
ମହାରାଜା ଭଞ୍ଜଦେଓ ଏ ମାଆ ମାଟିର 
ଓଡ଼ିଆ ଭାଷା ସାହିତ୍ୟେ ନିଷ୍ଠ 
ପଣ୍ଡିତ ନୀଳକଣ୍ଠ ଦାଶ ଆଦି ପଞ୍ଚସଖା 
ସତ୍ୟ ସାଧନେ କରି କଷ୍ଟ 
କବିବର ରାଧାନାଥ ରାଏ ଆଦି କବିମାନେ 
କବିତା ଲେଖି ଜଗାଇ ଅଭିଷ୍ଟ 
ଗଜପତି ଦେବ ସହ ଶ୍ରୀ ରାମଚନ୍ଦ୍ର ଭଞ୍ଜ 
 ଖଞ୍ଜରେ ଓଡିଶା ଆକୃଷ୍ଠ 
ବିଚିତ୍ରା ନନ୍ଦ ଦାସ ସ୍ୱଭାବ କବି ଗଙ୍ଗାଧର ଙ୍କ ସହ 
ସମସ୍ତେ ଓଡ଼ିଆ ଭାଷା ସଂକଳ୍ପରେ ନିଷ୍ଠ 
ହରିହର ମର୍ଦ୍ଦରାଜ ଓ ଅନେକ ଓଡ଼ିଆ ବୀର 
ସ୍ୱରରେ ସ୍ୱତନ୍ତ୍ର ପ୍ରଦେଶ ଗଠନେ ପୃଷ୍ଠ 
ନଦନଦୀ ପ୍ରାଚୁର୍ଯ୍ୟ ପୂର୍ଣ୍ଣ ଓଡିଶା ଓ ମାଆଭାଷା 
ଆମର ନିଶ୍ଚୟ ଉତ୍କୃଷ୍ଠ 
ଆଜିର ଏହି ଦିନେ ମନେ ପଡନ୍ତି ସେମାନେ 
ଓଡିଶା କୋଳେ ଜନମି ହୋଇଲେ ଶ୍ରେଷ୍ଠ 
ଆସ ଆମେ ଶପଥ ନେବା ମାଆ ମାଟି 
ଭାଗ୍ୟ ବଦଳେଇ ପିନ୍ଧେଇବା ମୁକୁଟ
ଗଙ୍ଗା ଠାରୁ ଗୋଦାବରୀ ଓଡିଶା ର ସ୍ଥିତି 
ହେବାକୁ ଦେବାନି ନଷ୍ଟ 
ସରକାରୀ ଓ ବେସରକାରୀ ଭାବେ 
ଆମେ ଚେଷ୍ଟା ଚରିତ୍ର ଜାରି ରଖି ଡାକି ଇଷ୍ଟ


Rate this content
Log in

Similar oriya poem from Classics