ମନରେ ଲାଗିଲେ ଅଦେଖା ଧୂଆଁ
ଦେହରେ ଲାଗିଲେ ମନ ଅମାନିଆଁ
ଦିନରେ ଲାଗିଲେ ଉଡ଼ଇ କୁଆ
ରାତିରେ ଲାଗିଲେ ବୁଲାଇ ଭୁଆଁ
ପାଠର ବହିରେ ଶିଶୁ କାନ୍ଦଇ କିଆଁ
ସାହିରେ ବସ୍ତିରେ କଥା କହେ ପାଣିମାଠିଆ
ସହର ରେ ନିଆଁ ଗାଁରେ ଧୂଆଁ
ଗାଁରେ ନିଆଁ କିଏ କଲା କିମିଆଁ
ସାହି ବସ୍ତି ଗଳି ରେ ନିଆଁ
ବୋବାଳି ଛାଡେ ପାଣିକୁଆ
ବଣ ରେ ନିଆଁ ଆଖି ବୁଝିଗଲେ ମନ ମାନେନା
କୁଞ୍ଜ ରେ ନିଆଁ ଲଗାନ୍ତି ବିଶାଖା ଲଳିତା
ଝୁରନ୍ତି ଶ୍ରୀରାଧା ମାଆ ପୁଣି ଯଶୋଦା ମାଆ
ସଞ୍ଜରେ ନିଆଁ ଯମୁନା ଯାଆନା ଯଶୋଦା ମାଆ
କଳା କହ୍ନେଇ ମନରେ ନିଆଁ
ଅଥୟ ଗୋପ କଂସପୁର ଦ୍ୱାରିକା ଉଠେ ଧୂଆଁ
ମାଆ ଛାନିଆଁ ଦେଖି ବିଶ୍ୱରୂପ କହ୍ନେଇ ପାଟିରେ
ଯଶୋଦା ଆଶ୍ଚର୍ଯ୍ୟ ଆଖିରେ ଠିଆ
କୋଉଠି ଜଳୁଛି କିଏସେ ଜାଳୁଛି
କହ୍ନେଇ ସୁରକ୍ଷା ପାଇଁ ମାଆ ମନରେ ନିଆଁ
ସେ କାଁହୁଁ ବୁଝିବ ଅମାନିଆଁ ପୁଅ ତାର
ଭାଙ୍ଗି ମାଠିଆ ବୋଲାଇ ଦହିଖିଆ
ନିଜେ ଅଟେ ଜଳନ୍ତା ନିଆଁ ର ମୁଠେ ଧୂଆଁ
ଜନ୍ମ ବେଳେ କେତେ କାଣ୍ଡ କଲା
ନକହୁ କୁଆଁ ନଦେଇ ଧରାଛୁଆଁ