STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଦର୍ପଣ 

ଦର୍ପଣ 

1 min
0


ସବୁ ଥାଇ ନଥିଲେ ଦର୍ପଣ 
ସବୁ ଅକାରଣ 
ସାଜସଜ୍ଜା ଯେତେ ହେଉ 
କୋଉଠି ରହିଲା ଖୁଣ 
କହିପାରେ ଭିତର ବାହାର 
କେବଳ  ଦର୍ପଣ ନିଖୁଣ 
ଋତୁ ବିତୁ ଆକାଶ କରୁ ହିସାବ 
ପାର୍ବଣ ରେ ଦର୍ପଣ 
ସବୁରୁତୁ ଆଣେ ହେଉ ଶେଷ ଶ୍ରାବଣ 
କି ଆଦ୍ୟ ଚଇତି ଫଗୁଣ 
ଦର୍ପଣ ବିହୁନେ ଶରୀର କୃପଣ 
ଦର୍ପଣ ବିନା କିଏ କହିବ ନିଖୁଣ 
ଦର୍ପଣ ହିଁ ଅର୍ପଣ 
ଦର୍ପଣ ଭାରି ସ୍ୱଚ୍ଛ 
ଭିତର ବାହାର ଆବରଣ 
ଧରା ଗୋଲ ଅବା କମଳା ଲେମ୍ଭୁ 
ପରି ଚେପଟା ଜାଣିବାକୁ ଚାରି କୋଣ 
ଦର୍ପଣ ଆଣେ ଜାଗରଣ 
ଅନ୍ଧ ଦେଶେ ଦର୍ପଣ ଅକାରଣ 
ଦର୍ପେ ଦର୍ପଣ କରେ ଅନାବରଣ 
ଦର୍ପଣ ସମର୍ପଣ ର କାରକ କାରଣ 
ଯୋଗ ଯୌଗିକ ବାତାବରଣ 
ଦର୍ପଣ କେବଳ ସମୀକରଣ 
ଭିତର ବାହାର ଯୋଡା ପ୍ରତିଫଳନ 
ନୁଁହଁ ତ ଆଉ କଣ!


Rate this content
Log in

Similar oriya poem from Abstract