ଜୀବନରେ ଭୁଲିଯିବାକୁ ହୁଏ
ଅନେକ କିଛି
ମିଠା ସ୍ମୃତି ବି ପିତା ଲାଗେ
କୁଣ୍ଡେଇ ହୁଏ ଯେବେ ଗୋଇଠି
ସେଇ ସବୁ ଦହନ ବହନ କରୁ କରୁ
ଜୀବନ ର ଆଶା ଆକାଂକ୍ଷା
ତୁଚ୍ଛା ମୁଠେ ମାଟି
ଯୁଆଡେ ଯାଆ ନିଜ କର୍ମ ଘେନି
ବୁଲୁଥା ଯେତେ ଯୋଉଠି
ନିଜ କୁ ନିଜେ ଭଲପାଇ ଦେଖ ଥରେ
ସୁଖ ନାହିଁ ଦେଖାଇ ପେଟ ଅବା ପିଠି
ତୁମେ କେବଳ ତୁମର
ଆଉ ଯିଏ ଯେତେ ଯୋଉଠି
ଅଢେଇ ଦିନର ସ୍ୱାର୍ଥ ଓ ସର୍ତ୍ତ
ସଙ୍ଗେ କିଛି ଦିନ ପାଣି ପବନ ଗୋଡି ମାଟି
ସରିଗଲେ ସୁଖ ଶତୃ ଅସଂଖ୍ୟ
ପଡି ରୁହ ଏକାକୀ
ଜାବୁଡି ଭିଟାମାଟି
ଆଉ କିଛି ସ୍ମୃତି ସନ୍ତକ
ଅନ୍ତତଃ ଯାହାକୁ ନେଇ
ଗର୍ବ କରିବାର ଅଛି ମନ ମୁନ
ଚୈତନ୍ୟ ଓ ଚେତନା ଛାଟି
ସେ ହିଁ ହୁଏତ ଐଶ୍ଵର୍ଗିକ କୃପା
କରୁଣା ବାରିଧି ପରିଧି ଇଶ୍ୱର ଅଛନ୍ତି
ପାଖେ ପାଖେ ଏଇଠି କୋଉଠି