STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଅତୀତ ସାକ୍ଷୀ ଆଣି ଆସିଥିଲା ବୈଶାଖୀ

ଅତୀତ ସାକ୍ଷୀ ଆଣି ଆସିଥିଲା ବୈଶାଖୀ

1 min
0


ଠେକି ରେ ଦହିକି ରଖି 
ମାଣିକ ଯାଇଛି ବିକି 
ମନେପଡେ ସେହି ବୈଶାଖି 
ଶାଢ଼ୀ ପଣତ ରେ ମୁଦ୍ରିକା ରଖି 
ସାତଗଣ୍ଠି ଦେଇ ସାକ୍ଷକୁ ମାଖି 
ଜଗନ୍ନାଥ ବଳଭଦ୍ର ଙ୍କୁ 
ଜାଚି ଦହି ଦେଇଛି ବିକି 
ମୁଦି ପାଇ ସିଦ୍ଧି ପ୍ରାପ୍ତ ହୋଇ 
ମାଣିକ କାହାଣୀ ଲେଖି 
ଇଶ୍ୱର ଓ ଭକ୍ତ ମିଳନ ହେଇଛି 
ଇତିହାସ ରହିଛି ସାକ୍ଷୀ 
ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ 
ସ୍ଵଚକ୍ଷୁରେ ଦେଖି 
ଧନ୍ୟ ସେ ମାଣିକ ବନ୍ୟ ହରିଣୀ 
 ଭକ୍ତି ଅଞ୍ଜନ ମାଖି 
ପାରିଲା ଦେଖି ମୁଦ୍ରିକା ସାକ୍ଷୀ 
ଦୁଇଭାଇ ଗଲେ ଯୁଦ୍ଧକୁ 
କଳା ଧଳା ଘୋଡାରେ ବସି 
ରାଜା ହେଲେ ମୁଗ୍ଧ ପାଇ ବୈଶାଖି 
ଆଖି ରହିଲା ଭକତି ଅଶ୍ରୁ ଲାଖି 
ଜଗତ ଜାଣିଲା ଜଳ ଦାନ ପୁଣ୍ୟ 
ଆଣି ପ୍ରତି ବର୍ଷ ଆସିବ ବିଷୁବ ବୈଶାଖୀ 
ମନେ ପକେଇବ ଦହିର ଠେକି 
ଯାହା ମାଣିକ ଦେଇଥିଲା ବିକି 
ସ୍ବର୍ଣ୍ଣ ମୁଦ୍ରିକାକୁ ବାକିରେ ରଖି
ପକାଇ ଗଣ୍ଠି ମାଣିକ ହେଲା ନିଜେ
 ବୈଶାଖିର ଉଡ଼ା ପକ୍ଷୀ 
ଭଡା ରଖିଥିଲା ମୁଦି ଯାହା ମାଣିକକୁ 
କଲା ଭଡା ପକ୍ଷୀ ସେ ଜେ ଭଡା ବୈଶାଖୀ


Rate this content
Log in

Similar oriya poem from Abstract