ବର୍ଷା
ବର୍ଷା
ଘନଘନ ବର୍ଷା ଧାରା ଶ୍ରାବଣର
ଜୀବଜନ୍ତୁ ହେଲେ ତୃପ୍ତ,
ଶୁଖି ରହି ଥିଲା ଭୂଇଁ ଆଷାଢର
କୃଷକ ଥିଲେ ଚିନ୍ତିତ !
କଦମ୍ବ ଚାରୁ ଶୋଭିତ
ସନ୍ତୁଷ୍ଟ ହୋଇଲେ କିବା ଇନ୍ଦ୍ରଦେବ
ଭେକ ଗାଉ ଅଛି ଗୀତ !
ଚାଷ ଭୂଇଁ ଭରା କୃଷକ ଟ୍ରାକ୍ଟର
ଦିଶେ ଅନୁପମ ଦୃଶ୍ୟ
ଧାନ ଲଗାଇବା କାର୍ଯ୍ୟ ଚାଲୁଅଛି
କୃଷକ ଅତି ହରଷ !
ଅଦୃଶ୍ୟ ହୁଅନ୍ତି ରବି
ଭିଜା ମାଟି ବାସ୍ନା କରେ ଆନନ୍ଦିତ
ଦିଶୁଛି ଅପୂର୍ବ ଛବି !
ଇନ୍ଦ୍ରଧନୁ ଦିଶେ ଆକାଶ ମଣ୍ଡଳେ
ମନ ନେଉ ଅଛି ଟାଣି
ପକ୍ଷୀଙ୍କର ରାବ ଶୁଭେ ସୁମଧୁର
ଆସିଛି ବରଷା ରାଣୀ
ସୁଶୋଭିତ ପରିବେଶ
ଡେଣାକୁ ମେଲାଇ ନାଚୁଛି ମୟୂର
ଦେଖିଣ ମନ ହରଷ !
କଦମ୍ବ ଫୁଲର କାନ୍ତି ମନ ମୋହେ
ଚହଟଚମ୍ପାର ପରି
ରଚନା କରୁଛୁ ଦେଖି କବିବର
ଅଦ୍ବିତୀୟ ରୂପ ଧାରି !
ଚାରୁ ସୁଗନ୍ଧ ତାହାର
ପାଇ ଅମ୍ଳଜାନ ମନ ପ୍ରାଣ ଧନ୍ୟ
ସ୍ବସ୍ଥ କରୁଛି ଶରୀର !
କାହ୍ନୁ କୃଷ୍ଣ ଲୀଳା କଦମ୍ବ ମୂଳରେ
ଅପୂର୍ବ ମହିମା ତାର
ମୃଦୁ ବାସ୍ନା ଯହୁଁ ପ୍ରୀୟ ରାଧାକୃଷ୍ଣେ
ପବିତ୍ର ପ୍ରେମ ଅଙ୍କୁର !
ପ୍ରେମର ଏହୁ ସଂସାର
ଟାଣି ଆଣୁ ଥିଲା ଗୋପ ନରନାରୀ
ମହତ୍ତ୍ଵ ରହିଛି ଯାର !
