STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ବୋଲ୍ ବମ୍

ବୋଲ୍ ବମ୍

1 min
30


ଗେରୁଆ ବସନ ରୁଦ୍ରାକ୍ଷ ମାଳି

ବୋଲ୍ ବମ୍ ବୋଲ୍ ପଡେ ଉଛୁଳି 

ଶ୍ରାବଣ ଆକାଶେ ମେଘ ବିଜୁଳି

ନଈ ନାଳ ତୁଠେ ଭାରି ଗହଳି 

 ମହକେ ଚନ୍ଦନ ଧୂପ ଦୀପାଳି 

ବୋଲ୍ ବମ୍ ବୋଲ୍ ବମ୍ ପଡେ ଉଛୁଳି ।


ବୁଡ ପକାଇ ଓଦା ଲୁଗାରେ 

କାଉଡି ଭାର ବୋହି କାନ୍ଧରେ

ଖାଲି ପାଦରେ ବାଟ ଚାଲନ୍ତି 

କାନ୍ଧେ କାଉଡି ତୁଣ୍ଡ ରେ ହର

ଜଟିଆ ବାବା ପାରିଯେ କର

ବାବାଙ୍କ ନାମ ଜପ କରନ୍ତି

ଦଳଦଳ ହୋଇ ଭକ୍ତ ଚାଲନ୍ତି 

ଚାଲିବାକୁ ବଳ ଶିବ ଦିଅନ୍ତି 

ଦୁଃଖ ଯାତନା କୁ ଯାଆନ୍ତି ଭୁଲି

ବୋଲ୍ ବମ୍ ବୋଲ୍ ବମ୍ ପଡେ ଉଛୁଳି ।


ମଙ୍ଗଳ ମୟ ହେ ଭୋଳାନାଥ 

ଶ୍ରାବଣ ସୋମ ବାର ପ୍ରଭାତ 

ଦୂରୁ ଦୂରରୁ ଜଳ ଆଣନ୍ତି

ବାବାଙ୍କ ଶିରେ ଭକ୍ତେ ଢାଳନ୍ତି

ଆଶୁତୋଷ ଙ୍କୁ ତୋଷ କରନ୍ତି 

ଭକ୍ତ ଙ୍କ କଥା ବାବା ଶୁଣନ୍ତି 

ବାବା ଯାହା ପରେ ଦୟା କରନ୍ତି 

ଅମା ରାତି ତାର ପାହି ଯାଏ ଟି 

ନିମିଷକେ ଯାଏ ଭାଗ୍ୟ ବଦଳି

ବୋଲ୍ ବମ୍ ବୋଲ୍ ବମ୍ ପଡେ ଉଛୁଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract