STORYMIRROR

Padmalaya Mishra

Abstract Inspirational Others

4  

Padmalaya Mishra

Abstract Inspirational Others

ଦଗ୍ଧ ପ୍ରଜାପତି

ଦଗ୍ଧ ପ୍ରଜାପତି

1 min
13


ଚିତ୍ରିତ କ୍ଷୁଦ୍ର ପକ୍ଷେ ମୋର

ମୋହିନୀ ପ୍ରତିଭା

ଆକର୍ଷିତ କରିପାରେ ତୁମକୁ

ଦୈବୀ ପ୍ରଦତ୍ତ ଶରୀରକୁ

କିପରି ରଖିବି ଆଢୁଆଳେ

ଭୁଲିଯିବି କି କୁହ ଟିକେ ଉଡିବା

ବଞ୍ଚିବାର ରାହା ଖୋଜିବା

ଛୋଟିଆ ଜୀବନେ ଛପିଯିବି କେଉଁ ଗୁମ୍ଫାରେ

ଗୁମ୍ଫାରେ ରାକ୍ଷସ ବସିଛି

ଉପବନେ ପାଦତଳେ ଚାପିଦବ ମତେ

ଦୁଇ ପାପୁଲିର ନରମ ସ୍ପର୍ଶରେ ମତେ ନେଉନାହଁ ତୋଳି

ବରଂ ଛଳନାରେ ମାରୁଛ ଚକଟି ଦଳି

କ୍ଷୁଦ୍ର ବୋଲି କର ଅନ୍ୟାୟ ଅତ୍ୟାଚାର

କ'ଣ ଉଡିବା-ହସିବା-ବଞ୍ଚିବା ଖାଲି ତୁମ ଅଧିକାର

ମୁଁ ବି ଏକ ସୃଷ୍ଟି ଏ ସମ୍ପୂର୍ଣ୍ଣ ସୃଷ୍ଟିର

ଭାବିଦେଖ ମୋ ବିନା ବସନ୍ତ କି ସୁନ୍ଦର

କରି ଚାଲିଛ ମୋ ଅସ୍ମିତା ଅସ୍ତିତ୍ବର ଇତି

ନିର୍ଭୟା ହୋଇ ବି ମୁଁ ଦଗ୍ଧ ପ୍ରଜାପତି....

ସମୟ ଆସିବ ତୁମେ ଧରିଥିବ ପ୍ରଜାପତି

ହେଲେ ବାହାରିବ ସଁବାଳୁଆ ଛଡାଇ କାତି

ପାପୁଲି ତୁମ ହେବ କ୍ଷତାକ୍ତ

ନୟନରୁ ତୁମ ଝରିବ ରକ୍ତ

ଖୋଜୁଥିବ ରଙ୍ଗୀନ ପ୍ରଜାପତି

କିନ୍ତୁ ପାଇବନି ସଁବାଳୁଆ ଠାରୁ ମୁକତି ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract