STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ବାପା

ବାପା

1 min
15

କିଏ ସେ ଚିହ୍ନୁଛି ବାପର ହୃଦୟ

     ବାପ ଗୁମୁରି କାନ୍ଦୁଛି

ଦୂରେଇ ଯାଇଛି ସିନେହ ମମତା

    ଭକ୍ତି ଘର ବନ୍ଧା ପଡିଛି।

ଭୁଲି ଯାଇଛନ୍ତି ପିଲା ଦିନ କଥା

    ହାତ ଧରି ଚାଲି ଶିଖା....

କାନ୍ଧରେ କନ୍ଧୁଅ କରି କୋଶ ଦୂର

    ଚାଲିବାର ମହାଶିକ୍ଷା.....।

ଅଣ୍ଟାରେ କଉଡ଼ି ଥିଲେ ସିନା ଧନ

    ଅଣ୍ଟା କେ ଯେ ଦରାଣ୍ଡିବ

ନିଅଣ୍ଟ ବଜାରେ କଣ୍ଟ କରି ଆଜ

     ଅପବାଦ ଭରିଦେବ.....।

ବାପର ହୃଦୟ ସଦା ଖୋଲା ଥାଏ

     ସନ୍ତାନ ମଙ୍ଗଳ ପାଇଁ

ସନ୍ତାନ ବୁଝେନା ବାପ ପଣିଆ କୁ

     ଅସାର ସଂସାରେ ଭାଇ.....।

ସଭିଏଁ ଚାହାଁନ୍ତି ଅର୍ଥ ଧନ ରାଶି

   ହେବାକୁ କ୍ଷଣକେ ଧନୀ

ଶିକ୍ଷା ଦୀକ୍ଷା ପ୍ରତି ସଚେତନ ହେଲେ

   ହେବେ ସିନା ଗୁଣୀ ଜ୍ଞାନୀ।

ବାପ ହୃଦୟ କୁ ପରଖି ନିଅନା

    ନକର ସନ୍ଦେହ କେବେ

ଅଟେ ମୂଲ୍ୟବାନ ହୀରା ଠାରୁ ଗୁଣ

    ବୁଝିବ ହୃଦୟେ ଭବେ......।

ଅର୍ଥ ନୁହେଁ କେବେ ମୂଲ୍ୟ ବିଚାର ରେ

    ମୂଲ୍ୟ ଅଟେ ମାନବିକ

ବାପ ଶବ୍ଦ ଟିର ମହତ ବୁଝିଲେ

   ହେବ ନିଶ୍ଚେ ମହା ଲୋକ।

ବାପର ହୃଦୟ ଅଟେ ଯେ ବନ୍ଧୁର

      ମହାଶିଳା ପର୍ବତ ର

ସେ ପର୍ବତ କୋଳେ ଝରଣା ବହୁଛି

      ଅନୁଭବେ ନିରନ୍ତର..... ।

ହୁଅ ନାହିଁ କେହି ପଥଭ୍ରଷ୍ଟ ଧନ

   ହୁଅ ସୁଯୋଗ୍ୟ ସନ୍ତାନ

ଲୁହ ପୋଛିବାକୁ ବାପ ନୟନରୁ

    ତୁମେ ପରା ସର୍ବ ମାନ.....।

ଆଜି ଚାଲିଯିବ ଗତକାଲି ଭଳି

    ଆସିବ ଆଗକୁ ଦିନ.....

ଭବିଷ୍ୟତ ବଂଶଧର ବୋଲିବେ ଯେ

    ବାପ ହୃଦ ଟି ମହାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract