STORYMIRROR

Panchanan Jena

Abstract

4  

Panchanan Jena

Abstract

ଚରଣେ ସରଣମ୍

ଚରଣେ ସରଣମ୍

1 min
24


ଵଉଦ ଫାଙ୍କରୁ 

ବରଷା ଝରେ ରିମ୍ ଝିମ୍

ମାଟି ମଟାଳରୁ 

ଗଜୁରେ ସବୁଜ ବଳୟ 

ସିମ୍ ସିମ୍

ମଞ୍ଜି ଫାଟିଲେ 

ନୂଆ କିଶଳୟ ଟିମ୍ ଟିମ୍

ଫଳ ପାଚିଲେ

 ଲାଲ ଟହଟହ କିମ୍ କିମ୍


ସବୁ ପ୍ରକୃତିର ଦାନ ମହାନ

ଭାବି ବସିଲେ

ମନ ପୂରିଯାଏ 

ହାତ ଯୋଡି ଯାଏ 

ସେହି ବିଭୁଙ୍କ ଚରଣେ ସରଣମ୍


ପ୍ରକୃତି ଦୋଳିରେ ଝୁଲେଇ କୋଳେଇ

ସ୍ଥାବର ଜଙ୍ଗମ କୀଟ ଫତଙ୍ଗ ପାଇଁ

ପତ୍ର ଫୁଲ ଫଳ ରଖେଇ ଫଳେଇ

ଆହାର ଯୋଗାଉଛି ସୃଷ୍ଟି ଆରମ୍ଭରୁ

ଭାବି ବସିଲେ

ଥଳ କୂଳ ମିଳେନା

କେହି ଜଣେ 

ଅଦୃଶ୍ୟ ସତ୍ତା ଅଛି କେଉଁଠି

ସବୁର ଭିଆଣ 

ସବୁର ଯୋଗାଣ 

କରି କରାଉଛି 

ସେହି ଅଦୃଶ୍ୟ ସତ୍ତାଙ୍କ

ସ୍ମରଣେ ଚରଣମ୍

ସେହି ପରମ କାରୁଣିକଙ୍କ 

ପଦାଙ୍କେ ଜୀବନମ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract