ଚରଣେ ସରଣମ୍
ଚରଣେ ସରଣମ୍
ଵଉଦ ଫାଙ୍କରୁ
ବରଷା ଝରେ ରିମ୍ ଝିମ୍
ମାଟି ମଟାଳରୁ
ଗଜୁରେ ସବୁଜ ବଳୟ
ସିମ୍ ସିମ୍
ମଞ୍ଜି ଫାଟିଲେ
ନୂଆ କିଶଳୟ ଟିମ୍ ଟିମ୍
ଫଳ ପାଚିଲେ
ଲାଲ ଟହଟହ କିମ୍ କିମ୍
ସବୁ ପ୍ରକୃତିର ଦାନ ମହାନ
ଭାବି ବସିଲେ
ମନ ପୂରିଯାଏ
ହାତ ଯୋଡି ଯାଏ
ସେହି ବିଭୁଙ୍କ ଚରଣେ ସରଣମ୍
ପ୍ରକୃତି ଦୋଳିରେ ଝୁଲେଇ କୋଳେଇ
ସ୍ଥାବର ଜଙ୍ଗମ କୀଟ ଫତଙ୍ଗ ପାଇଁ
ପତ୍ର ଫୁଲ ଫଳ ରଖେଇ ଫଳେଇ
ଆହାର ଯୋଗାଉଛି ସୃଷ୍ଟି ଆରମ୍ଭରୁ
ଭାବି ବସିଲେ
ଥଳ କୂଳ ମିଳେନା
କେହି ଜଣେ
ଅଦୃଶ୍ୟ ସତ୍ତା ଅଛି କେଉଁଠି
ସବୁର ଭିଆଣ
ସବୁର ଯୋଗାଣ
କରି କରାଉଛି
ସେହି ଅଦୃଶ୍ୟ ସତ୍ତାଙ୍କ
ସ୍ମରଣେ ଚରଣମ୍
ସେହି ପରମ କାରୁଣିକଙ୍କ
ପଦାଙ୍କେ ଜୀବନମ୍ ।
