*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:
*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:
କଳା ଓ ସଂସ୍କୃତି ଗୌରବ ଭଣ୍ଡାର
ଏଇ ଉତ୍କଳ ଆମର
ହଜିଲା ଦିନର ସ୍ମୁତି କବିତାରେ
ଝରୁଛି ଅତୀତ ଗୀର ।
ସେ ସ୍ମୃତି ଭିତରୁ ଆଣିଛି ସାଉଁଟି
ଦାସକାଠିଆର ସ୍ବର
ଆକୃଷ୍ଟ କରେ ସେ ମନ ହୃଦୟକୁ
ତାର ସଂଙ୍ଗୀତ ଝଙ୍କାର ।
ଦୁଇ ଜଣ ନେଇ ଦାସକାଠିଆ ହୁଏ
ସୁରଟି କେତେ ମଧୁର
ସୁର ତାଳ ଲୟ କରେ ସେ ତନ୍ମୟ
ମନଟି ହୁଏ ବିଭୋର ।
ମନଟି ଏକତା ରଖନ୍ତି ମାନ୍ୟତା
ସ୍ନେହ ନାହିଁ ପଟ୍ଟାନ୍ତର
ପର୍ଯ୍ୟବେକ୍ଷଣ କରିଥାନ୍ତି ଦୁଇଟି
କାଠି ଧରିଣ ହସ୍ତର ।
କେତେ ଯେ କାହାଣୀ ପୁରାଣ ଶାସ୍ତ୍ରର
ନୀତି ଅନୀତି ସଂସ୍କାର
ଶିକ୍ଷା ଦେଇଥାନ୍ତି ତାହା ମାଧ୍ୟମରେ
ଅଜ୍ଞାନକୁ କରି ଦୂର ।
ଜଣା ଅଜଣାର ଅନେକ ଯେ କଥା
ଭଲ ମନ୍ଦର ବିଚାର
ବୁଝାଇ କୁହନ୍ତି ମନକୁ ମୋହନ୍ତି
ଶିକ୍ଷା ଦ୍ୟନ୍ତି ନିରନ୍ତର ।
ସମସ୍ତଙ୍କ ହୃଦେ ଏ ଦାସକାଠିଆ
ତୋଳି ନିଏ ଏକ ଘର
ଅଜ୍ଞାନ ତିମିର ନାଶ କରି ସିଏ
ଭରେ ଆଲୋକର ଧାର ।
ଜଣେ ତ ଗାୟକ ଜଣେଟି ପାଳିଆ
ଯୋଡି ଦିଶନ୍ତି ସୁନ୍ଦର
ଭାବ ଭଙ୍ଗି ରଙ୍ଗ ଢଙ୍ଗରେ ପାଦଟି
ସତେ କି ନାଚେ ମୟୂର ।
ଏବେ ତ ଅତୀତ ହେଉଛି ଏ ଗାଥା
ଲୋକ କଳାର ଏ ପ୍ରଥା
ହଜିଲା ଦିନର ସ୍ମୁତି କବିତାରେ
ଦାସକାଠିଆର କଥା ।
ଆମ ଏ ଉତ୍କଳ ଲୋକ କଳା କଥା
ଐତିହ୍ୟ ସଂସ୍କୃତି ପ୍ରଥା
ଅତୀତ ହେଉଛି ସେଇ ସ୍ମୃତି ଆଜି
ଭାବି ଲାଗେ ମନେ ବ୍ୟଥା
