STORYMIRROR

Pranati Panda

Abstract Inspirational

4  

Pranati Panda

Abstract Inspirational

ତୁମେ ମୋର

ତୁମେ ମୋର

1 min
36


ଉଦାସ ପ୍ରାଣରେ ତୁମେ ହିଁ ତ ମୋର 

ଦିଶା ,ଆଶା ସଂଜୀବନୀ,

ସଂସାର ବେଦୀର ପୁଣ୍ୟ ଦେବାଳୟେ 

ପବିତ୍ର ଓଁକାର ଧ୍ଵନି ।


ବିଷର୍ଣ୍ଣ ହୃଦୟ ଦହନ ପ୍ରାଣର 

ତୁମେ ଶୀତଳ ସୁଷମା ,

ଅମା ଅନ୍ଧକାରେ ନୈରାଶ୍ୟ ପଥରେ 

ଆଲୋକର ଅରୁଣିମା ।


ଘନ ତମସାରେ ଆଶାର ଆଲୋକ 

ତୁମେ ପୂର୍ଣ୍ଣିମାର ଇନ୍ଦୁ,

ଯନ୍ତ୍ରଣା ସନ୍ତପ୍ତ ଜୀବନ ଯାତ୍ରାରେ 

ତୁମେ ମୋର ପ୍ରିୟ ବନ୍ଧୁ।


ନିରାଶ ମରୁରେ ତୁମେ ପରା ମୋର 

ଆଶା ମନ୍ଦାକିନୀ ଧାରା ,

ଅଶାନ୍ତ ସ୍ରୋତର ଭଉଁରୀ ଭିତରୁ 

ଉଦ୍ଧାର କରିଛ ପରା ।


ତୁମେ ମୋ ଜୀବନେ ଏମିତିକା ସାଥି 

ତିମିରେ ତାରା ସାଜିଛ,

ପୂର୍ଣ୍ଣମୀ ହେଉ କି ଅମାବାସ୍ୟା ହେଉ 

ପ୍ରତି ମୁହୂର୍ତ୍ତେ ଚାହିଁଛ।


ନିତ୍ୟ ନିରନ୍ତର ଜୀବନ ଯାତ୍ରାରେ 

ଦିଅ ଏହି ପ୍ରତିଶ୍ରୁତି,

ମୋର ହାତ କେବେ ଛାଡ଼ିବନି ତୁମେ 

ପ୍ରଭୁ ଏତିକି ମିନତି ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract