STORYMIRROR

Panchanan Jena

Abstract Others

4  

Panchanan Jena

Abstract Others

ଆୟୁଷ ଚକ୍ର

ଆୟୁଷ ଚକ୍ର

1 min
12


ସ୍ଵାର୍ଥ ସାଧନ ବିନା 

ବନ୍ଧୁ ବନ୍ଧୁକ ସାଜେ

ପ୍ରତାରଣା ବିନା 

ପ୍ରେମ ପାଣିଚିଆ ମାଜେ

ମିଛ ଖବର ବିନା 

ଖବରକାଗଜ ଅଲୋଡ଼ା ବାଜେ


ଘୋର କଳିକାଳ ଭାଇରେ

ନକଲି ଏଠି ଅସଲି

ଅସତ୍ୟ ଏଠି ଗାଏ କବାଲି

ହାତେ ମାପି ଚାଖଣ୍ଡେ ଚାଲିଲେ ବି

ସବୁକ୍ଷେତ୍ରେ ଠକିବା 

ସବୁଛତ୍ରେ ଝୁଣ୍ଟିବା ରାଜେ


ସମୟ ବଦଳି ଗଲାଣି ବୋଲି

କାନରେ ପଡ଼େ କେତେ ଚୁଗୁଲି

କାହିଁ ଲଙ୍କାମରିଚ ତ ଛାଡ଼ିନାହିଁ ରାଗ

କାହିଁ ଆମ୍ବ ଭୂଲିନି ତା ଖଟା-ମିଠା ବାଗ

କାହିଁ ପତ୍ର ତ୍ୟଜି ନାହିଁ ସବୁଜ ରଙ୍ଗ ସୋଆଗ

କାହିଁ ଗଛ ମନା କରିନି ଦେବାକୁ ଫୁଲ ଫଳ ଭାଗ


ଯଦି ଏଣ୍ଡୁଅ ଠୁଁ ବଳି

 ରଙ୍ଗ ବଦଳେଇଛି କେହି ମହାବଳି

ଯଦି ପଶୁ ଠୁଁ ବଳି

ମାନବିକତା ହରେଇଛି କେହି ବାହୁବଳି

ଦେବ ଦୁର୍ଲଭ ମାନବ

ସ୍ଥାନ କାଳ ପାତ୍ରେ ସାଜେ ଦାନବ


ଆଙ୍ଗୁଳି ଦର୍ଶାଇ କହେ ଚିଲ୍ଲେଇ

ସମୟ ଟା ଭଲ ନାହିଁରେ 

ମାଳିକା ବଚନ ସତ୍ୟ ହେବରେ

ପୃଥିବୀ ଧ୍ଵଂସ ହେବରେ

ସୃଷ୍ଟି ବିନାସ ପଥରେ


ଏମିତି ଅନେକ ବିଭ୍ରାନ୍ତିକର

 ମନ୍ତବ୍ୟ ଦେବ

ବାକ୍ୟ ଜାଲରେ ଛନ୍ଦେଇ

ଶବ୍ଦ ମାୟାରେ ଫସେଇ

 ନିଜ ଦୋଷ ସ୍ୱୀକାର ନ କରି

କାଳ ବର୍ଷ ଯୁଗ ସୃଷ୍ଟି କୁ

ଅତୀତ ବିଜ୍ଞାନ ଆବିଷ୍କାରକୁ

ଦାୟୀ କରୁଥିବ କହୁଥିବ


ପରିସ୍ଥିତିଚକ୍ର ସ୍ରଷ୍ଠାଙ୍କ ମୁଣ୍ଡରେ

ଅଠା ବୋଳେଇ

 ଖୁସି ଦିଶୁଥିବ ଉପରେ

 ଘୁଣ ଖାଇଲା ପରି ଫମ୍ପା ଭିତରେ ଭିତରେ 


ଅନ୍ତଃକରଣରେ ଅନ୍ତଃର୍ମନରେ

ଦୁଃଖରେ ସଢୁଥିବ ଆୟୁଷ ଚକ୍ର

ନିର୍ଜନ ଦ୍ଵୀପରେ ନିର୍ବାସିତ

 ନିର୍ବାଚିତ ନିସଙ୍ଗ ଜୀବନ ଚିତ୍ର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract