କବି ଫୁଲ ଫୁଟେଇ ପାରେ ମରୁଭୂମିରେ
ଶବ୍ଦ ଗଜରା ଗୁନ୍ଥି
କବି ଲଗେଇ ପାରେ ନିଆଁ ସମୁଦ୍ରରେ
ଶବ୍ଦ ରେ ଦିଆସିଲି ନାଦି
କବି ଗଜରା ଗୁନ୍ଥିପାରେ ଶବ୍ଦ କୁ ଶବ୍ଦ ଛନ୍ଦି
କବି ଚିତ୍ର ଆଙ୍କିପାରେ ଶବ୍ଦକୁ ଶବ୍ଦ ବାନ୍ଧି
କବି ଫୁଟାଇ ପାରେ ଫୁଲ ମରୁଭୂମିରେ
ଶବ୍ଦ କମ୍ପନ ପ୍ରତିଶବ୍ଦ ବିନ୍ଧି
କବି ତୋଳି ପାରେ କାକଟସ ବିନା ରକ୍ତପାତେ
ଶବ୍ଦ ଗୋଡ଼ର ପାଦେ ନୁପୁର ଛନ୍ଦି
କବି ଉଡ଼ିପାରେ ବୁଡିପାରେ ଆତ୍ମୀୟତାରେ
ଶବ୍ଦ ସ୍ୱର ଲୟ ତାଳ ଭେଦି
କବି ପାହାଡ଼ କାଟି ଫୁଟାଇ ପାରେ ନଈ
ଜଳ ଟୋପେ କରିବାକୁ ବିନ୍ଦି
କବିର ଶବ୍ଦ ପାହାଡ଼ ଉହାଡ଼ ସାହାଡା ସୁନ୍ଦରୀ
ଶବ୍ଦ ରେ ଶବ୍ଦକୁ ଦେଖି ଛନ୍ଦି ବାନ୍ଧି
ହେଉଛି ଖାଲି ତୁଚ୍ଛାରେ ଧନ୍ଦି
କବିପା ନଈରେ ନାଉରୀ କାତ ମାରି ମାରି
ଆହୁଲାରେ ଖୋଜେ ଗଳି କନ୍ଦି
ନା ପାରେ କାନ୍ଦି ନା ବଢେ କାହାକୁ ନିନ୍ଦି
କବି ଦ୍ୱିତୀୟ ଇଶ୍ୱର କେବଳ କବି ବା କବୀ