STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ବୈଶାଖି 

ବୈଶାଖି 

1 min
0


କଞ୍ଚା ହଳଦୀ ମୁଁହଁ ରେ ମାଖି 
ଆସୁଛି କାଳବୈଶାଖି 
ପବନ ବରଷା କୁଆପଥର ଦେଖି 
ଖରା ଗାଳି ଶୁଣି ହୁଏ ନିରିମାଖି 
ସୁନାଝରା ଦେହେ ତାର ଡହଡ଼ହ ତାତି 
ସେ ତାତି କୁ ମାପିବାକୁ କାହିଁ କାର ଛାତି 
ଅଂଶୁଘାତ କରୁଛି କେତେ କାହାର ଶେଷ ପରିଣତି 
ଏମିତିରେ ଦିନେ ହୁଅନ୍ତା ଜୀବନ ଇତି ସମାପ୍ତି 
ଖରା ଦେହ ପୃଷ୍ଠାରେ ଅଭିଯୋଗ ଆଳତୀ
ଫୁଲ ଫୁଟି ଶେଷ ଗତି ମୁକ୍ତି ପାଇଁ 
ଖରା ହୁଏ ଦୋଷୀ 
ଜଳୁଛି ତୋରା ଦେହ ଯେଣୁ ବେଶି ବେଶି 
ଅସହଣି ଅନିଦ୍ରା ଝାଳ ଦେହ ଆଖି 
ଭାବୁଛି ବୋଧେ ଖରା ନିଜେ ତୋରା
 ଅନ୍ୟମାନେ ଉଡାପକ୍ଷୀ 
ଧରା ପରେ ଖରାରେ ବୋଲନ୍ତୁ ରାଗ ଚୋଖି
ତଥାପି ବଞ୍ଚିବାର ଇଛା ନେଇ ଖରାକୁ ଗାଳି ଦେଇ 
କହନ୍ତି ଯାଉଛୁ ରହ ଦେବୁ ତତେ ଶାସ୍ତି 
ଯୋଜନ ଯୋଜନ ଦୂର ଗତି 
ଶୀତଳତା ଲଭିବାକୁ ଦେଖାଇ ପିଠି ଛାତି 
ନୈନିତାଲ ଯିବୁ ବିକି ତେଜରାତି 
ତୁ କରୁଥା ଗୁହାରି ଶୁଣିବେ କଳାପକ୍ଷୀ 
ଦୌଡ଼ନା ବଡ଼ ଖରା ହରିଣ ନଦିଏ ଧରା 
ପାଟି ମୁଁହଁ କାଠ ଶୁଖି ଶାଖି 
ପାରୁଛ ତ ପକା ଗୁଜୁରାତି 
ଖରା ପରା ଜଳ ଉତ୍ସ କାକଯୋଖି 
ସାତତାଳ ଗଭୀରତା ମାପିପାରେ ବୈଶାଖି


Rate this content
Log in

Similar oriya poem from Abstract