STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଖରା 

ଖରା 

1 min
0


ଏଇ ଖରା ଭାରି ତୋରା 
ଠିକ ଗୋରା ଗୋରା ଝିଅଟି ପରି 
ଏଇ ଖରା ପଖାଳ ଖିଆ ଭରା 
ଟଙ୍କ ତୋରାଣୀ ସରି 
ଖରା ପଡି ଦରଦୀ ଝିଅର ଆଖି 
ମୁଦି ହୋଇ ଆସେ ତାଳବଣ ସେପାରି 
ଖରାରେ କଣ କରୁଥିବ କନକଗୋରୀ 
ବିରି ବାଟି ଫେଣ୍ଟି ବଡି ପାରି 
ଝାଳୁଆ ମୁଁହ ଅଲରା କେଶ ଉଡ଼ୁଥିବ ଥିରି
ଖରା  ବେଦରଦୀ ଭାରି 
କାଞ୍ଜି ତୋରାଣୀ ରେ ଦିନ କାର ସରି 
କିଏ ଅସହଜ ସଞ୍ଜରେ ଆପଣାପଣେ ଉତୁରି 
ଗୁପଚୁପ ପରି ବତୁରି 
ଖୋଜୁଥାଏ କତୁରୀ 
ଶବ୍ଦ ସବୁକୁ କାଟିବ କରି ସାତଫେରି 
କବିତା ଓ ଗଳ୍ପ ଆଜିକାଲି ଚୁଲିରେ ଉତୁରି 
ଦିଶେ ଠିକ ଖରା ପରି 
ନଈ ରେ ଯେମିତି ରାତି ଆକାଶ 
ଧସେଇ ପଡିଛି ଖସି ତୁମ ମୁଁହଁ ପରି 
ଖରା ଭାରି ତୋରା କରେ ସିନ୍ଦୁରେ ସୁନ୍ଦରୀ
ପାଣିରେ ମାଛ ସ୍ଥଳରେ ଗଛ 
ଖରାରେ ଅତି ସ୍ୱଚ୍ଛ ଅରୁଆ ଚାଉଳ ପରି


Rate this content
Log in

Similar oriya poem from Abstract