ଆକାଶରେ ଏତେ ଖରା
ଗଛ ଦେଲା ଛାଇ
ଭାରି ଶୋଷ ସଜୀବକୁ
ପାଣି ଦେଲା ନଈ
ଧରଣୀ ରାଣୀ ଖରାରେ
ପାହାଡ଼ ଉପରୁ ଗଛ ନେଇ
ପୋତିଦେଇ ସବୁଜ ବନାନୀ
କରେ ବର୍ଷା ହେବା ପାଇଁ
ପକ୍ଷୀର କାକଳୀ ପୁଣି
ପବନର ଶବ୍ଦ ସାଇଁ ସାଇଁ
ଯୁଆଡେ ଯାଅ ପାଇବ
ମୁଠେ ମାଟି ଗଛ ଛାଇ
ଜଳୁ ନିଆଁ ଆସୁ ବତାସ
କିଛି ହେବ ନାଇଁ
ଭଜ ରାମ ହନୁମାନ
ପାଣି ଦେବ ନଈ
ଫାଳେ କାଠ ଲୋଡ଼ା
ଶୁଷ୍କ ଓଠ ପାଇଁ
ନଈ ପାଣି ନଈକୁ ଯା ବହି
ସିଲଟ ଶୁଖି ଗଛ କଥା କହି
ମାଟି ଅଛି ଗଛ ବଞ୍ଚିଛି
ପକ୍ଷୀ ଗାଉଛି ଫୁଲ ଫୁଟୁଛି
ତାରା ଭରା ଆକାଶକୁ ଚାହିଁ
ପାହାଡ଼ ବି ଉଠେ ଚେଇଁ
ଦୂରୁ ନାଉରିଆ ଯେବେ କେହି
ଗୀତଟିଏ ଦିଏ ଗାଈ
ଗାଁ ଘରେ ଖଟ ମଠ କାଠ
ଆଉ କଣ ଲୋଡ଼ା କହି
ଯୁଆଡେ ଯାଉଛୁ ଯାଆ
ପ୍ରକୃତି ଅଛି ବୋଲି
ବଞ୍ଚିଯିବୁ ମଣିଷ ଭାଇ ତୁହି
,,,,,,,,,,,,,,,,,,,,,,,,,,,,,,,,,,,,