ବିଷୁବ ଆସିଛି ବୈଶାଖି ଆଣିଛି
ଐଶ୍ବର୍ଗୀକ ଚିନ୍ତା ଚେତନା ଚୈତନ୍ୟ
ଚଉରା ମୂଳରେ ତୁଳସୀ ଦେବୀଙ୍କୁ
ଝୁଣା ପଣା ଦୀପ ଦାନ
ବୈଶାଖି ଟାଙ୍ଗି ଛାମୁଣ୍ଡିଆ ବାନ୍ଧି
ଘଡିରୁ ଜଳ ବହନ
ଜଳ ଦାନ ମହାପୂଣ୍ୟ ଭଳି କଥା
ତୁଳସୀ ମୂଳେ ସମାପନ
ନଡ଼ିଆ ଚାଞ୍ଚ ଘଡି ପଥୁଲି ଓ ଶିକା
ବ୍ରାହ୍ମଣଙ୍କ ସ୍ତୋତ୍ର ପଠନ
ସୂର୍ଯ୍ୟଙ୍କ ତେଜ ପ୍ରଖର ଆଜ
ଧରାର ଖରାକୁ ଆହ୍ୱାନ
ଅଂଶୁଘାତ ଦୂର ହେଉ ସୂର୍ଯ୍ୟଦେବ
ଏହି ମାତ୍ର ନିବେଦନ
ଘଟେ ନାରାୟଣ ସୃଷ୍ଟି ସମ୍ଭାବନ
ରହୁ ପ୍ରଭୂ ସବୁଦିନ
ଗଛରେ ନେଳି ପତ୍ର ନଈ ରେ ଜଳଛତ୍ର
ସୃଷ୍ଟି ବଞ୍ଚିରହୁ ଚିରଦିନ
ବୈଶାଖି ର ଖରା ବଡ଼ ତୋରା
ଟଙ୍କ ତୋରାଣୀରେ ମନ
ପାଣି ପଣା ଦେଇ କରୁ ପ୍ରଭୁ ଛାଇ
ଗଛଟିଏ ହୋଇ ଦିଅ ପ୍ରଭୁ ଅମ୍ଳଜାନ
ପ୍ରତୀକ ତୁଳସୀ ବୈଶାଖି ଆଭାସି
ଜଳଛତ୍ର ମହାପୂଣ୍ୟ
ଆଣି ଆସିଛି ବୈଶାଖି
,,,,,,,,,,,,,,