STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଧରା ବଡ଼ ବୋହୁ ଖରା 

ଧରା ବଡ଼ ବୋହୁ ଖରା 

1 min
0


ଗୋଟେ ତୋରା ବୋହୁ 
ଯୋଉଆଡେ ଚାହେଁ ଝାଳ ବୋହୁ 
କିଏ କହେ ଘିଅ ଖିଆ ଦେହ 
ତ କିଏ କହେ ପରିଶ୍ରମ ମହୁ 
ଖରା ନପଡିଲେ କିଏ ବଞ୍ଚିବ ଆଉ 
ବିଞ୍ଚଣା ଫ୍ୟାନ ଏସି ଯିଏ ହଉ 
ଖରା ଲୋଡ଼େ ସମସ୍ତଙ୍କୁ ଭାବ ଦାଉ ଦାଉ 
ଖରା କେବେ ଆଣେ କାଳବୈଶାଖି 
ଖରା କରେ ଗୋରା ମୁଁହଁ ସହ ଦୁଇ ଆଖି 
ପକାଇ ଥାଏ ବାଇଗଣୀ ଓଢଣୀ 
ଚକଚକ କରୁଥାଏ ଦିନର ରୋଶଣୀ 
ଡାକିଆଣେ ଦେବରାଣୀ ଶ୍ରାବଣୀ 
ଖରା ପିଆଏ ପଣା, ଶୁଣାଏ କୋଇଲି କୁହୁ ସ୍ୱଚ୍ଛ 
ଘର ବାହାର ନଈ ପୋଖରୀ ଗଛ ମାଛ 
ଖରା ବୋହୁ ସବୁର ଉତ୍ସ 
ବର୍ଷା ଶୀତ ସହିତ ବସନ୍ତ ସବୁ ପଛ 
ବଡ଼ ବୋହୁ ପାଦ ପକାଏ ଡାକି କିଏ କୁଆଡେ ଅଛ 
ମୁଁ ଖରାବୋହୁ ଆଣି ଆସିଛି ପର୍ବ ସର୍ବ 
ସର୍ବତ ଲେମ୍ବୁ ପଣା ପାଣି ଦହି କେ ନେବ 
ମୋ ମୁଁହଁ ତୋରା ମନ ସ୍ୱଚ୍ଛ ପାଣିର ଉତ୍ସ 
ମତେ ଖରାପ ଭାବନା ବତ୍ସ
ପାଣି ପିଅ ଛାଣି ମୋ ଗୁଣ ଗୁଣି 
ବୋଲାଇବ ବିଜ୍ଞ ପ୍ରାଜ୍ଞ ଜ୍ଞାନୀ ଗୁଣୀ
ବଡ଼ ଟି ଯୁଆଡେ ସାନ ସିଆଡେ
କେହିତ ଟିକେ ସ୍ନେହ ଶ୍ରଦ୍ଧା ମମତା ଦେଇ 
ପଚାର ଖରା ଗଲୁ ତୁ କୁଆଡେ
ହରିଣୀ ପରି ଦୌଡ଼ 
ଖରା ଶିଖାଏ ଖାଇବାକୁ ବଡି ଖଡା ଥୋଡ଼ 
ପଖାଳ ଖିଆ ତୋରାଣୀ ପିଆ ମହୁ 
ଆମ୍ବ କଷି ଭଙ୍ଗା ଦହି ଛୁଙ୍କ ଉହୁ


Rate this content
Log in

Similar oriya poem from Abstract