ପଥର ଫୁଟାଇ ପାରେ ଜୀବନ
ଆଣିଦିଏ କେତେ ସପନ
ଦେଇପାରେ ଦିବ୍ୟ ଜୀବନ
ପଥର ପଥର ଯୋଡି
ବଣି ଯାଏ ଦୂରେ ଉଡି
କୋଣାର୍କ ମନ୍ଦିର
ରଥ ପରି ଯାଏ ଗଡି
ପଥର ଚକ ଚଢି
ଯିବ କେବେ ଗଡି
ପଥର ଦେହରେ ଶିଳ୍ପୀ
ଫୁଟାଏ ହାତୀ ଛତ୍ରୀ ପକ୍ଷୀ
ନର୍ତ୍ତକୀ ଗଢି ରଖି ସ୍ମାରକୀ
ଧରମା ମାରିଲା ମୁଣ୍ଡି
ଶିଳ୍ପୀ ବେଳକାଳ ଉଣ୍ଡି
ଦେଲା କି ଧରମା କୁ ମଣ୍ଡି
ବଳିଆ କୁକୁର ହୋଇଲା ଭଣ୍ଡି
ଏବେବି ଭୁକୁଛି ପାଟିରେ ତୁଣ୍ଡି
ଗଛ ସବୁ ହୋଇ ଗଣ୍ଡି
ପଥର ହୋଇ ଝୁରୁଛି ସେଦିନକୁ
ଆସନ୍ତାକି ଆଉ ଥରେ ଉଣ୍ଡି
କୋଣାର୍କର ଶିଳ୍ପୀ ସିରପା ବାନ୍ଧି
ଦେଖିଯାଆନ୍ତା ପଥର କହୁଛି କଥା
ବେଳ କାଳ ସମୟକୁ ଛନ୍ଦି