ମହୁଲ ଫୁଲ ଡାଳ ରେ ବସି ବଣି
କହୁଥିଲା ସେ ପଇସା ନେବ ଗଣି
ସୁରେଇରେ ରଖି ପାଣି ପିଇବ ଛାଣି
ବରଗଛ ଡାଳ ରେ ଖେଳି ଦୋଳି
ମାଙ୍କଡ଼ କହେ ଖାଇବ କାଙ୍କଡ଼ କଷି
ପୁଷି ମାଉସୀ ଶୁଣି ଦେଉଛି ହସି
ମିଳିମିଶି ଚଳିବା କରିବାନି ଟି କଳି
ଆମ୍ବ ଗଛରେ କୋଇଲି ଗାଏ ଗୀତ
ହାତୀ ଭାଇ ଶଙ୍ଖ ଫୁଙ୍କିଲେ ଦୂର ଶୀତ
ବାଘମାମୁଁ ଚକୁଳି ଖାଇ ଭାଙ୍ଗିଲା ଦାନ୍ତ
ପଣସ ଗଛେ କରିଛି ବସା ପକ୍ଷୀ ପାରା
ସୋରିଷ ଖାଇ ପିଉଛି ପାଣି ସାରା
ହରିଣ ନଦିଏ ଧରା ଦୌଡ଼ନା ବଡ଼ ଖରା
ଆସ ଆସ ପାରା ଯୋଡିକ ମୋର ପିଣ୍ଢାରେ ବସ
ଟିକିଏ ହସ ବଢ଼ାଇ ଭାଇଚାରା
ନେଉଳ ଭାଇ ଲଢେଇ କରି ହରାଇ ଦେଲା ସାପ
ଅଲମ ବିଲମ ବା୍ୟାମ କଲେ ଶରୀର ହେବ ସୁସ୍ଥ
ଗଛ ବଞ୍ଚିଲେ ମଣିଷ ବଞ୍ଚିବ ଛାଇ ଦେଇ
ଲୋକେ ଅମ୍ଳଜାନ ପାଇ କରିବେ ଜପ ତପ
କମିବ ଧରା ପୃଷ୍ଠ ରୁ ଗରମ ତାପ