ଜନ୍ମ ଦେଇ କଥା ଶିଖେଇ
ଶୁଆ ବନେଇଲା
ହାତ ଧରି ଚାଲି ଶିଖାଇ
ହରିଣ ଦୌଡ଼ନା ବଡ଼ ଖରା କହିଥିଲା
ମଙ୍ଗଳ ମନାସି ମଥାରେ କଳାଟିପା
ଦେଉ ଦେଉ ଜଣାଣ ଭଜନ ଗାଇଲା
ସର୍ବ ସୁଖ ପାଇଁ ହଳଦୀ ସିନ୍ଦୁର ମାଖିଲା
ନିଜ ସ୍ୱାର୍ଥ ତେଜି ପୁଅ ଝିଅ ପାଇଁ
ଭିଜିଭିଜି ବତୁରିଗଲା ବେଳେ କିଏ ଥିଲା
ଶାଗ ଖରଡ଼ି ଜାଇ ରଗଡି ରୋଷେଇ କଲା
ସବୁ ବାଢ଼ିଦେବା ପରେ ଅଳ୍ପରେ ସନ୍ତୁଷ୍ଟ ହେଲା
ବିଦେଶରେ ଥିଲା ବେଳେ
ଏଘରୁ ସେଘର ହେଉଥିଲା
ଚିଠି ପାଇଁ କେବେ ବାର୍ତ୍ତା ପାଇ ବି
ଫେରନ୍ତି ପଥକୁ ଅପେକ୍ଷା କରିଥିଲା
ଆଜି ନିଜେ ଫେରିଗଲା
ଦେବୀ କୁ କିଏ କେମିତି ଭୁଲିବ ଭଲା
ଏବେ ସ୍ବର୍ଗରେ ଥାଇ ବି
ସ୍ୱାମୀ ସନ୍ତାନ ପାଇଁ ଯିଏ ଘଣ୍ଟ ହୋଇଗଲା
ଖରା ତରା ଭୁଲି ଅଖଣ୍ଡ ଦୀପ ସିଏ ଥିଲା
ଦେବୀ ଙ୍କୁ ବୁଢ଼ୀ କହି ଅସମ୍ମାନ କରିବା
ମହାପାପ କରିବାନି କହି ପାଲାବାଲା
ଅତୀତ ଚିତ୍ରପଟ ମନରେ ଜଗାଉ ଜଗାଉ
ପୁଅ ବୁଢା ଝିଅ ବୁଢ଼ୀ ମନେକଲା
ସେତେବେଳକୁ ନେଡିଗୁଡ କହୁଣୀକୁ
ଚାଟି ହେଉନଥିଲା
ପ୍ରଣାମ ତୋ ପାଦେ ଦେବୀ
ସ୍ୱତନ୍ତ୍ର ସେ ଏଯାବତ ଥିଲା