ରୁମାଲ ଟେ ପଡିଥିଲା ବାଟରେ
କେତେ କାର ଅଶ୍ରୁ ପୁଣି ଝାଳ
ଚିହ୍ନ ଥିବ ତା ଭିତରେ
କେମିତି ନେଇପାରିବ କେ
ଆଉ କା'ର ରୂପ ରଙ୍ଗ ଗନ୍ଧ ସ୍ବେଦ
କେମିତି ଗୋଟେଇ ନେଇ ହେବ
ଯିଏ ଅନ୍ୟର ଦୁର୍ବୋଧ୍ୟ
ରଫଖାତା ପରି ଭିତର ବାହାର
ରୁମାଲ ତ ଜଣଙ୍କର ନିହାତି ନିଜର
ଆଉ ଅନ୍ୟ ସବୁ ନହୁଅ ପରଶ୍ରୀକାତର
ସର୍ବେ କିଣି ରୁମାଲ ଗୋଟେ ଗୋଟେ
ପୋଛ ଅଶ୍ରୁ ଜଳ ଓ ଝାଳ
ଯାହା ବ୍ୟକ୍ତିଗତ ଏକାନ୍ତ ନିଜର
ରଙ୍ଗ ସ୍ୱାଦ ଗନ୍ଧ ନଥିବ ବୋଲି ଭାବୁଥିବା
ରୁମାଲ କହିଦେବ କିଏ ପର
କିଏ ଆପଣାପଣେ ଏକଦମ ନିଜର
ରୁମାଲ ର ଦର୍ଘ୍ୟ ପ୍ରସ୍ଥ ପରିସୀମା
ବ୍ୟତିରେକେ ଦ୍ରାଘିମା ଭାରି ପରିଷ୍କାର
ରୁମାଲ ବି ପ୍ରେମର ସ୍ୱାକ୍ଷର
ସାତରଙ୍ଗ ଛିଟ ଛଟା ରୁମାଲର
ଭାରି ଆଦର ଅଭିସାର
ତୋର ମୋର ସମସ୍ତଙ୍କର