STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ଡ୍ରାମାବାଜି 

ଡ୍ରାମାବାଜି 

5 mins
1


     ଆମେରିକାର ବୋଷ୍ଟନ ସହରରେ, ସ୍ଥାୟୀ ଅଧିବାସୀ ହୋଇ ତିନି ଅଲଗା ଅଲଗା ଜାଗାରେ ରହିଥିବା ମାନଗୋବିନ୍ଦ ବାବୁଙ୍କର ଦୁଇ ପୁଅ ଓ ଏକମାତ୍ର ଝିଅ, ଏକାସଙ୍ଗେ ତିନିଗୋଟି ପାର୍ସଲ ପାଇଲେ. ନିଜ ଦେଶ ଭାରତର ନିଜ ରାଜ୍ୟ ଓଡ଼ିଶାର ଛୋଟ ସହର ଜଗନ୍ନାଥ ଦେଶ ପୁରୀ ଜିଲ୍ଲାରୁ ଯାଇଥିବା ତିନିଗୋଟି ପାର୍ସଲ ଏକାସଙ୍ଗେ ପାଇ ଖୋଲିଥିଲେ ଯିଏ ଯାହା ବାଟେ ଓ ପାର୍ସଲରେ ଏକା ପ୍ରକାର ନିନିଗୋଟି ନିମନ୍ତ୍ରଣ ପତ୍ର, ତାହା ପୁଣି ନିଜ ବାପାଙ୍କ ବାହାଘର ନିମନ୍ତ୍ରଣ ପତ୍ର ଦେଖି ଚମକି ପଡି, ସ୍ତବ୍ଧ ବାତାବରଣକୁ ଖୁବ୍ଧ କରି ପରସ୍ପର ମଧ୍ୟରେ ଫୋନ କରାକରି ହୋଇ ବାପାଙ୍କ ଦୁର୍ଗୁଣ ଗାନ କରୁଥିଲେ. କାରଣ ବାପା ଘରର କାମବାଲୀ ମାଳକୁ ହିଁ ବିବାହ କରୁଥିବାର ସ୍ପଷ୍ଟ ଲେଖାଯାଇଥିଲା. ବଡ଼ବୋହୁ କହୁଥିଲା, ମୁଁ ବାପାଙ୍କୁ ଭଲକରି ଜାଣିଛି. ତାଙ୍କର ଲମ୍ପଟ ପ୍ରବୃତ୍ତିର ପରିଚୟ ଅନେକ ଥର ପାଇଛି. ଯା ହେଉ ଏଠିକି ବାପାଙ୍କୁ ଆଣିନେ, ନହେଲେ ଏଠିକାର ଆୟା ମାନଙ୍କୁ ଦେଖି ବାପାଙ୍କ ପୌରୁଷ ବେଶି ଜାଗୁରିତ ହୋଇଥିଲେ ଆମେ ଅପଦସ୍ଥ ହେବା ସାର ହୋଇଥାନ୍ତା. ସାନବୋହୁ କହୁଥିଲା ସେ ମାଳ କଣ କମ କି, ଏଣେ କହିବ ବୁଢା ବାବୁ ଲୁଙ୍ଗି ପିନ୍ଧି ସେ ଘରେ ବସିଛନ୍ତି, ମୁଁ କେମିତି ପାଇଟି କରିବି, ତେଣେ ମାଆ ମରିବା ପରେ ସେଇ ବୁଢ଼ାବାବୁଙ୍କୁ ନିଜର କରିବାକୁ ଲାଜ ମାଡିଲାନି. ଅଭାବରୁ ସ୍ୱଭାବ ନଷ୍ଟ. ଝିଅ କହୁଥିଲା ବନ୍ଦ କର ତୁମ ମାନଙ୍କର ଏ ଆଳାପ ଆଲୋଚନା. ଶୀଘ୍ର କେମିତି, ଭାରତ, ଭାରତରୁ ଓଡିଶା ଓ ଓଡିଶାରୁ ପୁରୀ ଯିବା, ସେ ବ୍ୟବସ୍ଥା କର ଆଗେ.
     ଘରେ ସମସ୍ତେ ପହଁଚିଲା ବେଳକୁ, ଓଡିଶାରେ ପ୍ରବଳ ଶୀତ. ସେଥିରେ ବାପାଙ୍କୁ ମାହାର୍ଦ୍ଦ ତୋରାଣୀ ଦିଆଯାଉଛି. ମାଳ ଓ ତା ସ୍ୱାମୀ ବାପାଙ୍କୁ ଜଗି ରହି, ଗୀତା ପଢୁଛନ୍ତି କାନ ପାଖରେ. ମାଳ ହସି ହସି ବାପାଙ୍କ ମଇଳା ସଫା କରୁଛି, ମୁହଁ, ଗୋଡ଼ାହାତ ପରିସ୍କାର କରି ପରିବେଶକୁ ମଧ୍ୟ ସ୍ୱଚ୍ଛ ବାତାବରଣରେ ପରିଣତ କରିଛି.ପୁଅ ଝିଅ ମାନଙ୍କ ହାତରୁ ମାହାର୍ଦ୍ଦ ପାଣି ପାଇବା ପରେ ବାପାଙ୍କ ଦୁକ ଦୁକ ଜୀବନ ଛାଡ଼ି, ପ୍ରାଣପକ୍ଷୀ ଉଡ଼ିଗଲା. ବଡ଼ ପୁଅ ମୁଖାଗ୍ନି ଦେଲା. ଭାଇ ସଙ୍ଗେ ମିଶି ସମସ୍ତେ ଶୁଦ୍ଧି କ୍ରିୟା ସାରିବା ପରେ ଯେବେ ଏ କି ପ୍ରହସନ କଲୁ ମାଳ ବୋଲି ସମସ୍ତେ ତା ଆଡକୁ ଆଙ୍ଗୁଳି ନିର୍ଦେଶ କଲେ. ଫାଟି ପଡିଲା କୋହରେ ମାଳ. କହିଲା କାରସାଦି ନକରିଥିଲେ, ତୁମେ ସବୁ ଆସିଥାନ୍ତ କେବେ! ମାଆ ମରିବା ବାସି ଯାଇଛ ଯେ ଯାଇଛ. କେବେ ଭାବିଛ ବାବୁ କେତେ ମନେପକାନ୍ତି ତୁମକୁ? ତୁମମାନଙ୍କ ଜନ୍ମ ବେଳୁ ମୁଁ ଏ ଘରେ ଅଛି. ବାବୁ ଓ ମାଆ ତୁମ ମାନଙ୍କୁ କେତେ ଦୁଃଖ କଷ୍ଟରେ ବଢ଼େଇଛନ୍ତି ଅଙ୍ଗେ ଲିଭେଇଛି. ଶାଶୁ ଶଶୁର ଓ ନିଜ ବାପା ମାଆ ସମସ୍ତଙ୍କୁ ପାଖରେ ରଖି ମାଆ ବାବୁ ଯେଉଁ ଆଦର୍ଶ ରଖିଛନ୍ତି, ତାଙ୍କ ପୁଅ ଝିଅ ହୋଇ ତୁମେ କଣ ଶିଖିଲ?? ବରଂ ମତେ ପାଠ ପଢ଼େଇ, କମ୍ପ୍ୟୁଟର ଜ୍ଞାନ କୌଶଳ ଶିଖାଇ ମଣିଷ କରି ମୋ ଆଖି ଖୋଲି ଦେଇଛନ୍ତି, ମାଆ ଓ ବାବୁ. ମାଆ ଚାଲିଗଲା ପରେ ବାପା କେମିତି ରହିବେ ଚିନ୍ତା ନକରି, ଆମେରିକାରେ ସ୍ଥାୟୀ ଅଧିବାସୀ ହୋଇ, ମୋ  ନାମରେ ପୁରୀ ଘର ଉଇଲ କରିଦେଲେ କଣ କର୍ତ୍ତବ୍ୟ ସରିଗଲା?
        ମାଳ ମାଉସୀ ନିଜ ଅଙ୍ଗେ ଲିଭା କଥା ମନେପକାଉ ଥିଲେ.ତାଙ୍କ ବାପାଙ୍କ ଛାତି ଫଟାଇ ବୋଉ ତାଙ୍କର ଅନ୍ତିମ ଇଛାଟାକୁ ହାସଲ କରିନେଇ ମଶାଣୀ ଗଲା ପରେ, ବାପାଙ୍କ ସେଇ ଚଉଡା ଛାତିଟା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଇଥିଲା. ବିକଳରେ ଆମେ ତିନି ଭଉଣୀ ବାପାଙ୍କ ସେହି ଚଉଡା ଉପତ୍ୟକା ଭଳି ଘଞ୍ଚ ଅରଣ୍ୟ ପରି ଛାତିରେ ଆଉଜି ପଡି ମାତୃହରା କଷ୍ଟରୁ ରକ୍ଷା ପାଇବାକୁ ଭାବି ଲୋଟି ପଡ଼ିବାକୁ ଦେଉନଥିଲେ ବାପା.ବାପାଙ୍କ ସବୁଦିନିଆ ଛାତି ଯାହା ଆମ ପାଇଁ ଛାତ ଥିଲା, ଲୋଟିପଡିବାକୁ ଯାଇ ପାରିନଥିଲୁ. ବାପାଙ୍କ ବୁକୁଫଟା ଛତିଥରା ଦୀର୍ଘନିଶ୍ୱାସରେ ପେଷି ହେବାକୁ ନଦେଇ ବାପା ଆଉଜେଇ ନେଇଥିଲେ ତାଙ୍କ ବାହୁରେ ଆମ ତିନି ଭଉଣୀଙ୍କୁ. ବାପାଙ୍କ ଛାତ ରୂପୀ ଛାତିଟା କଣ ସବୁଦିନ ପାଇଁ ବୋଉର ସ୍ମୃତି ବହନ କରି ନିର୍ବାସିତର ବିଳାପ କରିଚାଲିଥିବାର ଆଶଙ୍କା, ଭୀତି ଆମ ତିନିଭଉଣୀଙ୍କୁ ଅତିଷ୍ଠ କରୁଥିଲା. ବଡ ଅପା ଏଭିତରେ ବାହା ହୋଇ ଗଲାଣି. ଆମେ ଦୁଇ ଭଉଣୀ ଯେତେ ଭଲପଢିଲେ ଓ ଖେଳ, ନାଚ, ଗୀତ, ତର୍କ, ଡ୍ରାମା, ରଚନା ଓ ପତ୍ର ଲିଖନରେ ସୁନାମ ଆଣିଥିଲେ ମଧ୍ୟ ବାପାଙ୍କ ଛାତି ଛାତ ହୋଇ ରହିଥିଲେ ବି ନିଷିଦ୍ଧ ଇଲାକା ପାଲଟି ଯାଇଥିଲା ଯେମିତି. ତିନି ତିନିଟା ଝିଅର ମାଆ ବୋଉ କେବେବି ଏକାନ୍ତ ସମୟଟିଏ ନିଜ ପାଇଁ ସାଉଁଟି ନେଇ ବାପାଙ୍କ ପ୍ରଶସ୍ତ ଛାତିର ଘଞ୍ଚ ଅରଣ୍ୟ ଭିତରେ ଆଖି ମୁଜିଦେଇଥିବ ଘଡିଏ ବୋଲି ବିଶ୍ୱାସ ଦୂରର କଥା କଳ୍ପନାରେ ବି ଆସୁନଥିଲା ତିନି ଝିଅଙ୍କୁ କିନ୍ତୁ ଦ୍ୱିତୀୟ ଅପା ବାହାଘର ଦିନ ବିଦାୟ ବେଳାରେ ଛାତ ରୂପକ ନିର୍ଭୟ ଆଶ୍ରୟ ବାପାଙ୍କ ଛାତିରେ ଲୋଟିବାକୁ ଯାଇ ବି ପାରିନଥିଲା ସେ . ମୋର ସନ୍ଦେହ ହେଉଥିଲା ବାପା ଦୁଇଭଉଣୀଙ୍କୁ ପର କରିଦେବା ଭଳି ମତେ ବି ପର କରିଦେବେନିତ?ରାତିରେ ସ୍ବପ୍ନ ଦେଖୁଥିଲି ପିଲାଦିନେ ଅଝଟ ପଣ ଭାଙ୍ଗିବାକୁ ଯାଇ, ଦୁଇ ଅପାଙ୍କ ପରେ ସବୁଠୁ ସାନ ହେଇଥିବାରୁ ଦିନ ଦିନ ରାତି ରାତି ବାପାଙ୍କ ଛାତିରେ ମୋ ସ୍ଥାନ. ସବୁ ଅଝଟ, ଅଳି, ଅର୍ଦ୍ଦଳି, ସେ ଛାତିରେ କୁଆଡେ ବିଲୀନ ହୋଇଯାଏ କେଜାଣି!ବଡ଼ ହେଲା ପରେ ବି ଜାଣି ଜାଣି କେତେ ଥର ଅଝଟ ହେଇଛି କେବଳ ସେଇ ଛାତିର ସ୍ପର୍ଶରେ ସ୍ୱର୍ଗ ସୁଖ ପାଇବାକୁ. ଦୁଇ ଭଉଣୀ ବି ଢେର ଚିଡ଼ାନ୍ତି, ବେଶି ଗେଲବସର ଦେଖାଉଛି କହି. ଚେଷ୍ଟା ଜାରି ରଖି ସଫଳତା ଶିଖରରେ ଚଢି ପାରିଲେ ହୁଏତ ମୁଣ୍ଡ ଗୁଞ୍ଜି ଦେଇ ପାରିବି ସେହି ନିର୍ଭୟ ଆଶ୍ରୟସ୍ଥଳ ଛାତ ସଦୃଶ ବାପାଙ୍କ ଛାତିରେ ବୋଲି, ପାଠ ପଢି   କବିତା ଗଳ୍ପ ଲେଖି, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି କଲି, ଓଡିଶୀ ନାଚି ପ୍ରସଂଶିତ ହେବା ସହ ଗାଁ ସ୍କୁଲରେ ବାବୁଙ୍କ ଦୟାରୁ ଚାକିରୀ ବି କଲି, ହେଲେ ସେ ନିଶିଦ୍ଧ ଇଲାକାର କବାଟ ଖୋଲି ପାରିଲିନି. ଯୋଉ ଦିନ ଅପାମାନଙ୍କ ଭଳି ବାପାଙ୍କୁ ଏକୁଟିଆ କରି ଆସିଲି ସେଦିନ ବି ବାପା ମୋ ହାତ ଧରି କାରର ଡୋର ଖୋଲି ଜୋର କରି ବସାଇଦେଇଥିଲେ ଆଦିତ୍ୟଙ୍କ ପାଖରେ ଠିକ  ଅପାମାନଙ୍କୁ ବସାଇଲା ଭଳି ଭିଣୋଇମାନଙ୍କ ପାଖରେ.ହେଲେ ଆଜି ମୋ ଝିଅକୁ ବାପା ଛାତିରେ ଭିଡ଼ିଧରି ଗେଲ କରୁଥିବା ଦୃଶ୍ୟ ଓ ମୋ ଝିଅ ତାଙ୍କ ଜଙ୍ଗଲୀ ଛାତିର ଲୋମସବୁକୁ ପୁଳା ପୁଳା ଘାସ ଓପାଡିବା ପରି ଦୃଶ୍ୟ ଖାଲି ମତେ ନୁହେଁ ଆମ ତିନି ଭଉଣୀଙ୍କୁ ଚମତ୍କାର ଲାଗିବା ସହ ବାପାଙ୍କୁ ତାଙ୍କ ପ୍ରେମିକା ମିଳିଗଲା ଭାବି ଚମତ୍କୃତ ହେଇ ହଜିଯାଇ ଖୋଜୁଥିଲୁ ଅତୀତକୁ.କଳ୍ପନା ଭିତରେ ମାନସ ପଟରେ ହାତେ ଓଢଣା ଭିତରେ ନାକ କାନ୍ଦୁରୀ ବୋଉଟା ଭାରି ସୁନ୍ଦର ଦିଶୁଥିଲା ଯେମିତି.ଆଜି ଏତେ ଦିନ ପରେ ବୋଉ ଯିବା ପରେ ବାପା  ହସରେ ଫାଟି ପଡୁଥିଲେ  ଓ ସେ ହସ ସଂକ୍ରମିତ ହେଉଥିଲା ପରିବାରର ଅନ୍ୟମାନଙ୍କୁ.ନାତୁଣୀକୁ ଧରି ବାପା ଖୁସିରେ ଆତ୍ମହରା ହେବା ଦୃଶ୍ୟରେ ଆସନ୍ନପ୍ରସବା ଅପା ଦୁହେଁ ଭବିଷ୍ୟତର ସୁନେଲି ସ୍ବପ୍ନରେ ବିଭୋର ହେଉଥିଲା ବେଳେ ବାପା ମୋ ଝିଅକୁ ପଦ୍ମକୁମାରୀ କହି ଖେଳି ଚାଲିଥିଲେ ତା ସହ ଆଉ କହୁଥିଲେ ନାତୁଣୀଟା ମୋର ଠିକ ସୁକାନ୍ତି ପରି ଦିଶୁଛି. ମୁଁ କହୁଥିଲି ବୋଉ ମୋର ଦେବୀ ଥିଲା ବୋଲି ତୁମକୁ ନାତୁଣୀ ମୋ ବୋଉ ମୁହଁ ପରି ଦିଶୁଛି.ବାପା ବିମର୍ଷ ହୋଇଯାଉ ଯାଉ କହୁଥିଲେ ବୋଉ ତୋର ଦେବୀ ନହୋଇଥିଲେ ମତେ ବସେଇ ସଧବା ସିନ୍ଦୁର ପିନ୍ଧି ଚାଲିଯାଇନଥାନ୍ତା. ମୋ ଭିତରୁ କିଏ କହୁଥିଲା ଯେମିତି ନାତୁଣୀକୁ ଚିମୁଟି କନ୍ଦେଇ ଦେଇଥିଲି ମୁଁ କେବଳ ବାପାଙ୍କୁ ପ୍ରକୃସ୍ଥିତ କରାଇ ହସେଇବାକୁ.ସେଇଥି ପାଇଁ ତ ପଡୋଶୀ ବୁଢା ମଉସାଙ୍କ ପିତୃତ୍ୱ ହା ହା କାର କରୁଥିବା ଦେଖି ତାଙ୍କ ସେବା ସୁଶ୍ରୁଷା କରିବାରେ ହେଳା କରିନି କେବେ ମୁଁ ମାଳ. ବାବୁ ଙ୍କ ଯୋଗୁଁ ଗାଁ ସ୍କୁଲ ରେ ଚାକିରୀ କରିଥିଲି ଓ ବାହା ହୋଇ ଘର କରିଛି. ଝିଅ ପାଇଥିଲି ଏବେ ପୁଅ ପାଇଛି. ଏହା କହି ମାଳ ଫେରିପଡ଼ିଥିଲେ.

    ପୁଣି ମାଳ ମାଉସୀ ଆଣି ଉଇଲ ଫେରାଇ କହୁଥିଲେ , ମୁଁ ମୋ ସ୍ୱାମୀ ଓ ମୋ ପୁଅ ଝିଅ,ବାବୁଙ୍କୁ ଯେତେ ଯାହା କଲେ ମଧ୍ୟ ସେ ତୁମ ସାନିଧ୍ୟ ତଥା ତୁମ ପିଲାଙ୍କ ସାନିଧ୍ୟ ପାଇଁ ପାଗଳ ହେଉଥିଲେ. ତୁମେମାନେ କେବେ ଭାବିଛ, ବାବୁ କି ବିକଳ ହୁଅନ୍ତି ତୁମମାନଙ୍କୁ ଦେଖିବାକୁ?ସେଇଥିପାଇଁ ତାଙ୍କ ଶେଷ ଆଶା ପୁରଣ କରିବାକୁ ଯାଇ ଏହି ନାଟକ ଯାହା ତୁମ ଭାଷାରେ ଡ୍ରାମାବାଜି କରିଥିଲି . ରଖ ତୁମ ଉଇଲ, ମତେ ବିଦାୟ ଦିଅ. ଦୁଇ ପୁଅ, ଦୁଇ ବୋହୁ, ଝିଅ ତଥା ଜୋଇଁ, ମାଳ ମାଉସୀଙ୍କ ଗୋଡ଼ ତଳେ ପଡି କ୍ଷମା ମାଗୁଥିଲେ ଓ କହୁଥିଲେ ଜନ୍ମ ନକଲେ କଣ ହେଲା, ତୁମେ ଆମ ମାଆ, ତୁମେ ଯେମିତି ଏ ଘର ସମ୍ଭାଳି ଥିଲ, ସେମିତି ସମ୍ଭାଳି ରୁହ ମାଆ, ଆମକୁ କ୍ଷମା କରିଦିଅ. ତୁମକୁ କ୍ଷମା କରିଦେଲେ କଣ ବାବୁଙ୍କ ଆତ୍ମା ଶାନ୍ତି ପାଇବ! ନିଶ୍ଚୟ ମାଆ. ପିତା ମାତା ସନ୍ତାନର ଶତ ଅପରାଧ କ୍ଷମା କରିଦେଇ ଆଜି ପିତା ହିଁ ଧର୍ମ ଓ ପିତା ହିଁ ସ୍ୱର୍ଗ ତଥା ମାତା ପୃଥିବୀରୁ ଗରୀୟସୀ ବୋଲି ପ୍ରମାଣିତ ହୋଇସାରିଛି ମାଆ. ଏହା କହି ବିଦାୟ ନେଲା ବେଳେ ମାଳ ମାଉସୀ, ତାଙ୍କ ସ୍ୱାମୀ ଓ ପିଲାମାନେ ଭୋ ଭୋ କାନ୍ଦୁଥିଲେ କିନ୍ତୁ ମାଆ ପରି ମାଳ ମାଉସୀ ପିଲାଙ୍କ ଶୁଭ ମନାସୀ ଠାକୁର ଘରେ ଅଖଣ୍ଡ ଦୀପ ସଜାଡୁ ଥିଲେ ତ ତାଙ୍କ ସ୍ୱାମୀ, ଆଦିତ୍ୟ ମଉସା,ବାଡ଼ିରୁ ପଇଡ଼ ହାଣି ପିଲାଙ୍କୁ ପିଆଇ ବିଦାୟ ଦେଲା ବେଳେ ଶୀତ ଛାଡ଼ି ଚାଲିଯିବା  ପରି ଖରା ବି ମଳିନ ପଡି ଆସିଥିଲା ଯେମିତି .
,,,,,,,,,,,,,,,,,,,,,,,,


Rate this content
Log in

Similar oriya poem from Tragedy