ଅନେକ ପ୍ରଶ୍ନ ର ଉତ୍ତର ଥାଏ
ଅନେକ ପ୍ରଶ୍ନ ଉତ୍ତର ନିରୁତ୍ତର
ପିଲାଦିନେ କିଏ ନପଚାରିଛି କୁହ
ଟ୍ରେନ ସଙ୍ଗେ ଗଛ ଚାଲିଛି କାହିଁକି କୁହ
ପ୍ରଜାପତି ଡେଣା ଚିତ୍ରିତ କାହିଁକି
ଉତ୍ତର ନାହିଁ ଦେଇ ନପାରିକି
ଅସ୍ତବ୍ୟସ୍ତ ଦେହ ମନୁ ଉଠେ କୋହ
ସେତିକି ବେଳେ ସେ ଐଶ୍ବର୍ଗୀକ ଶକ୍ତି
ଚେତନା ଚୈତନ୍ୟ ଲୁହ
ସଂସାରେ ଏମିତି ଅନେକ ପ୍ରଶ୍ନ
ଅସାମାହିତ ଭାବ ବ୍ୟକ୍ତ କୋହ
ନାହିଁ ଅଭିଯୋଗ ତଥାପି କାରକ କାରଣେ
ଅନେଶତ ପ୍ରାୟେ ମାୟା ମୋହ
ଆଜି ଦେଖି ସ୍ବପ୍ନ କାଲି ପାଇ ସତ୍ୟ
ସୁଖ କେ ପାଇଛି କୁହ
ହେ ଦରଦୀ ବନ୍ଧୁ ଦୀନବାନ୍ଧବ
ଜନମ ଦେଇଛ ଘାଣ୍ଟିବାକୁ ଜତୁଗୃହ
ତଥାପି ଜୀବନ ଆଶା ଆକାଂକ୍ଷା ଭରା
କହେ କିଏ ଯେମିତି ଟିକେ ତ ରୁହ
ଦରଦୀ ର ଦରଦ ଟିକକ ଦେଖି ରଖି
ଆଉ ଯେତେ ଯାହା ନେଇଯାଅ
ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ
ମୋ ରାଜ୍ୟ ମୋ ଭାଷା ନାଲିପାଇଁଚ ଜୟ