ରାମ ଜପ ରାମ ତପ ରାମ ଏକ ନାମ
ରାମ ଜପି ଯିବାକୁ ସ୍ୱର୍ଗଧାମ
ରାମ ଜପ ରାମ ତପ ରାମ ନାମ ଧ୍ୟାନ
ରାମ ତପ ବଳେ ପୁଣ୍ୟ ଚାରିଧାମ
ରାମ ପ୍ରଭୁ ରାମ ବିଭୁ ରାମ ଯୋଗୁଁ ଧନ୍ୟ
ରାମ ଧ୍ୟାୟୀ ଯାଉ ଏ ଜୀବନ
ରାମ ସ୍ୱର୍ଗ ରାମ ଜପିଲେ ନିରୋଗ
ରାମ ନାମ ସତ୍ୟ ସନାତନ
ରାମ ହରିନେବେ ଦୁଃଖ ଦେଇ ସୁଖ
ରାମ ହିଁ ଏକମାତ୍ର ଭଗବାନ
ରାମ ଭକ୍ତ ପ୍ରାଣ ଓ ପରାଣ ଗଲେ ଶରଣ
ରାମ ନାମ ଧ୍ୟାୟୀ ରହିବ ଜୀବନ
ରାମ ଶ୍ରଦ୍ଧା ରାମ ଭକ୍ତି ରାମ ପ୍ରୀତି ରାମ ମୈତ୍ରୀ
ରାମ ତପ ସ୍ବଦେହେ ସ୍ୱର୍ଗ ଦର୍ଶନ
ରାମ ଗୁଣ ରାମ ରସ ରାମ ସୃଷ୍ଟି ଓ ସତ୍ୟ
ରାମ ଜପ କର ଆସ୍ୱାଦନ ପ୍ରଣାମ ନିତ୍ୟ
ହେ ରାମ ଭଗବାନ
ରାମ ନାମ ରସେ କି ଅଛି ପାନ କଲା ଲୋକ
ସିନା ଜାଣେ ସେହି ସମ୍ବେଦନ
ରାମ କୃପା କରୁଣା ପାଉଣା ଦେବାକୁ ପ୍ରଭୁ
ଆସ ଅବତରି ଦିଅ ଦିବ୍ୟଦର୍ଶନ