STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ରାମ 

ରାମ 

1 min
6


ରାଜାପୁଅ ରାମ ରଖି ରାଜଧର୍ମ 
ସ୍ୱୟଂ ଜନ୍ମ ପରଂବ୍ରହ୍ମ 
ପିତୃ ସତ୍ୟ ପାଳି ବଣେ ଗଲେ ଚଳି 
ପ୍ରଣାମ ପଣମ୍ୟ ପରଂବ୍ରହ୍ମ 
ଏକ ପତ୍ନୀ ବ୍ରତ ପାଳି ନ୍ୟାୟ ଧର୍ମବ୍ରତ 
ମୃଗ ପଛେ ଧାଵନ୍ତି ପରଂବ୍ରହ୍ମ 
ସତ୍ୟ ସନାତନୀ ପ୍ରଜାକୂଳ ହିତ ମାନି 
ସମ୍ମାନ ରଖିଥିଲେ ପରଂବ୍ରହ୍ମ
ସୁଗ୍ରୀବ ନାଶି ବାଳିସଙ୍ଗେ ମିତ୍ରତା ସ୍ଥାପିଲେ 
ଆଚରି ଆଚାରୀ ପରଂବ୍ରହ୍ମ 
 ନାଶି ଅଇରୀ ଫେଡ଼ି ବଇରୀ ଥିଲେ ସଂସ୍କାରୀ 
ସେତୁବନ୍ଧ ବାନ୍ଧିଲେ ପରଂବ୍ରହ୍ମ 
 ଗୁଣ୍ଡୁଚି ପିଠିରେ ଶବରୀ କୋଳିରେ 
 ଥିଲା କି ଅମୃତ ପରଂବ୍ରହ୍ମ 
ଧୋବା ଧୋବଣୀ କଳି ଶୁଣି ତେଜି ରାଣୀ 
କଷ୍ଟ ପାଇଲ ବହୁତ ପରଂବ୍ରହ୍ମ 
ଏତେ କରି କରାଇଲ ହରି କି ବିଚାରୀ 
 ଆଉଥରେ ନିଅ ଜନ୍ମ ପରଂବ୍ରହ୍ମ 
ଆଦର୍ଶ ବିଭୋର କର ପ୍ରଜାକୁଳ ରଘୁନାଥ 
ଯୁଦ୍ଧ ହେଉ ରଦ୍ଦ ପରଂବ୍ରହ୍ମ
ତୁମ ନାମ ରସ ପାନ କରି ଜନ୍ମଦିନେ ଆକଣ୍ଠ 
ଭବୁ ହେବୁ ପାରି ପରଂବ୍ରହ୍ମ


Rate this content
Log in

Similar oriya poem from Classics