Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଶ୍ଯାମସୁନ୍ଦର କୁମ୍ଭାର

Abstract Action Inspirational

4.5  

ଶ୍ଯାମସୁନ୍ଦର କୁମ୍ଭାର

Abstract Action Inspirational

ମାଆ ଓ ମମତା

ମାଆ ଓ ମମତା

1 min
379


 ଦଶମାସ ଗର୍ଭ ବେଦନାକୁ ସହି     

ମୋତେ ଦେଲୁ ମାଗୋ ଜନ୍ମ

କୋଲେଇ କାଖେଇ କ୍ଷୀରପାନ ଦେଇ

    ମୋ ଜୀବନ କଲୁ ଧନ୍ଯ |୧

ଗୀତ ଗାଇ ଗାଇ ଜହ୍ନକୁ ଦେଖାଇ

      ଖୁଆଇଲୁ ମୋତେ ଭାତ

ପୃଥିବୀ ପ୍ରୁଷ୍ଠରେ ଚାଲି ଶିଖାଇଲୁ

       ତୋ ହାତେ ଧରି ମୋ ହାତ |୨

ମୋ ସୁଖ ମନାସି ପୂଜି ଦିଅଁ ଦେବୀ

    କେତେ କଲୁ ଓଷାବ୍ରତ

ମୋ ପାଦେ ଲାଗିଲେ କଣ୍ଟାର ଆଘାତ

       ତୋ ଛାତିରୁ ଝରେ ରକ୍ତ|୩

ମୋ ଦୁଃଖରେ ଦୁଃଖୀ ମୋ ସୁଖରେ ସୁଖି

      ମୋ ହିତ ସାଧନେ ରତ

ଆସୁ ଯେତେ ଝଡ଼ଝଞ୍ଜା ତୋ ଜୀବନେ

        ତିଳେ ନୋହୁ ବିଚଲିତ |୪

ନିଜେ ଦୁଃଖ ସହି ମୋର ସୁଖ ପାଇଁ

    ଉତ୍ସର୍ଗୀତ ମନ ପ୍ରାଣ

କ୍ଷଣେ ନ ଦେଖିଲେ ଅନ୍ଧ ହେଉଥାଉ

      କରିଥାଉ ଗଣ୍ଠିଧନ |୫|

ତୋ ତ୍ଯାଗର ମୂଲ୍ଯ ଦେବାକୁ ମୁହିଁ ମା

    କେବେ ନୁହେଁ ସାମରଥ

ତୋର ସ୍ନେହପ୍ରେମ କେତେ ଯେ ଗଭୀର

         କଳି କି ପାଇବି ଅନ୍ତ |୬|

ତୋର କୋଳ ତୂଲୀତଳ୍ପ ଶେଯଠାରୁ

      ଅଟଇ କୋମଳ ଜାଣ

ତୋ ପଣତ କାନୀ ଅକ୍ଷୟ ଅଭୟ

  ବଳୟ ସଙ୍ଗେ ସମାନ |୭|

ତୁ ହିଁ ମୋ ଜୀବନ ପଥ ପ୍ରଦର୍ଶିକା

     ତୁ ହିଁ ମୋ ଭାଗ୍ଯବିଧାତା

ତୋହରି ଆଶିଷେ ଆଜି ଏ ସମାଜେ

    ଚାଲୁଛି ଟେକି ମୋ ମଥା |୮|


Rate this content
Log in