STORYMIRROR

ଶ୍ଯାମସୁନ୍ଦର କୁମ୍ଭାର

Children Stories Action Inspirational

3  

ଶ୍ଯାମସୁନ୍ଦର କୁମ୍ଭାର

Children Stories Action Inspirational

କଅଁଲି ଆର୍ ବୁଢ଼ା

କଅଁଲି ଆର୍ ବୁଢ଼ା

1 min
122

କଅଁଲି କଅଁଲି ଭାଜିଶାଗ

ଖାଇ ଯାନିଛନ୍ ଯେନ୍'ମାନ

ମଗ୍'ନା ଦେଲେ ବି ବୁଢ଼ାଶାଗ୍'କେ

କେଭେଁ ନି ନିଅନ ସେମାନେ

କଁଷି କଁଷି ବାଏଗନ୍ ପୁଡ଼ା

ଭର୍'ତା ଥରେ ଯେ ଖାଇଛେ

ସେ କେଭେଁ କାଏଁ ବୁଢ଼ା ବାଏଗନର୍

ମୁହୁଁକେ ଲେହେଟି ଚାହିଁଛେ

କଅଁଲି ଭେଁଡ଼଼ି, ଝୁଲେର୍ ,କର୍'ଡି

ଖାଏବାକେ କେଡ଼େ ମଜା

ବୁଢା ହେଇଗଲେ କେ ପଚ୍'ରେ

ନି କରନ୍ କିହେ ହେଜା

ଛୁଆ ବେଲର୍ କାଁଚିକୁଁଢ଼ି ,

ବର୍'କନିଆ, ଲୁକ୍'ଲୁକାନି ଖେଲ୍

ମନ୍ ଭିତ୍'ରେ ଯେନ୍ ଗହକି ଥିଲା

ହେନେ ସତର୍ ବିହା ଭି ଫେଲ୍

ଛୋଟ୍'ଛୋଟ୍ କଅଁଲି ଛୁଆ

ନି ଜାନନ୍ କପଟ୍ ଛନ୍ଦ

ବଡ଼ ହେଇଗଲେଁ ସ୍ବାର୍ଥେ ପଡ଼ି

ବଦ୍'ଲି ଯେସି ମନ୍

ବୁଢାବୁଢୀ ବେଲେ ନୁର୍'ବୁ ଯଧ୍'ରି

ଛୁଆ ବେଲର୍ ସେ ଭାବ୍

ହୁର୍'ଗୁନି ହେଇ ମର୍'ବୁ ଖାଲ

ନି ପଉ କିଛି ଲାଭ୍ ।



Rate this content
Log in