STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ପ୍ରଭୁ ରାମ ନେବେ ଜନ୍ମ 

ପ୍ରଭୁ ରାମ ନେବେ ଜନ୍ମ 

1 min
4


ପାହାନ୍ତି ସକାଳେ କୁଆଁତାରା ଫିଟିଲେ 
ଶୁଭେ ତଵ ନାମ ରାମ 
ତଵନାମ ଧ୍ୟାୟୀ ସୁନେଲି ସକାଳ ପାହିଲେ 
ଧନ୍ୟ ହେବ ଆମ ଜନ୍ମ 
ଆସ ଆସ ପ୍ରଭୁ ରାମ ଜୀବନ କର ଧନ୍ୟ 
ଭକ୍ତ ପଣେ ବୀରହନୁମାନ 
ସକଳେ ବିକଳେ ଅପେକ୍ଷା କରି ଆକୁଳେ 
ରାମଜନ୍ମ ଦେଖି ଅରଜିବେ ପୁଣ୍ୟ 
ରାମ ମନ୍ଦିର ସହିତ ଚାରିଧାମ ରୁ ଶୁଭୁଛି 
ଖାଲି ଓଁ ନମଃ ଓଁ ନମଃ 
କିଏ ଆସେରେ ଧରା ନାଚେରେ ପୁଲକେ 
ଗୋଲକରେ ରାମ ଭଗବାନ 
କୈକେଇ କୌଶଲ୍ୟା ସୁମିତ୍ରା ମାତା ତିନିହେଁ 
ତୋଳୁଛନ୍ତି ଫୁଲ ବାସେ ବନ ଉପବନ 
ଆସ ପ୍ରଭୁ ରାମ ଧନ୍ୟ ହେଉ ପ୍ରାଣ ମନ ଜୀବନ 
ରାମରାଜ୍ୟ ପ୍ରତିଷ୍ଠା ହେଉ ପୁନ୍ନ
ତମାଳ ବକୁଳ ଉଛୁଳେ ନଦୀ ଜଳ ସ୍ଥଳ 
କମ୍ପେ ଗଗନ ମୁଖରିତ ପବନ 
ପ୍ରଭୁ ରାମ ନେବେ ଜନ୍ମ ସମ୍ମୋହନ
ବାସୁଛି କସ୍ତୁରୀ ମନ ବି ବତୁରି ହୁଏ ଉଚ୍ଛନ୍ନ 
ଧୂପ ଦୀପ ଝୁଣା ଚନ୍ଦନ ଚନ୍ଦନ ମନ


Rate this content
Log in

Similar oriya poem from Classics