ଦେହକୁ ହିତ ପଖାଳ ଭାତ
ଓଡିଶା ଖାଦ୍ୟ ସୁସ୍ୱାଦୁ ସତ
କହନ୍ତି କାହିଁ ଗରୀବ ମିତ
ବୁଝିହୁଏନା ଏ ଯତିପାତ
କୁଣିଆ ହେଲେ ଆତଯାତ
ଭୋଜିଭାତ ର ବଳକା ଭାତ
ପଖାଳ ହେଲେ ନଷ୍ଟ ହୁଏନା ସେତ
ଘରେ ଘରେ ଆଦର ବହୁତ
ପାଟି ରୋଚକ ଶାଗ ବଡି ସହିତ
ଲେମ୍ଭୁ ଦହି ଦିଆ ଅମୃତ ଭାତ
ପାଚନରେ ପାଚକ ମିତ
ହେଉ ଯେଉଁ ଋତୁ ଆଗତ
ପଖାଳ ଭାତ ଦିଏ ତୃପ୍ତି ଅତ୍ୟନ୍ତ
ତୋରାଣୀ ପାଣି ଛାଣି ଶାନ୍ତିରେ ଭାତ
ଖାଆନ୍ତି ଲୋକେ ଘରେ ଘରେ ଆଦୃତ
ପଖାଳ ସହ ଶାଗ ସର୍ବତ୍ର
ପାଗପୁଗା ଜମେ ବହୁତ
ସାଙ୍ଗ ସାଥି ହୋଇ ଏକତ୍ର
ଖାଇ ପଖାଳ ହୁଅନ୍ତି ତୃପ୍ତ
ଅବଢ଼ା ପାଣି ଜାଣେ ଜଗତ
ଜଗନ୍ନାଥ ସାଆନ୍ତ ଖାଇ ଦହି ଭାତ
ବାଣ୍ଟି ପିଅନ୍ତି ଟଙ୍କ ଭକତ