STORYMIRROR

Sunanda Mohanty

Abstract Thriller Children

4  

Sunanda Mohanty

Abstract Thriller Children

ବର୍ଣ୍ଣବୋଧ 

ବର୍ଣ୍ଣବୋଧ 

1 min
1


ହଜିଗଲାଣି ଅରଣ୍ୟ ନାହିଁ ଅରଣା 
ବର୍ଣ୍ଣବୋଧ ଅଛି ବୋଲି ଜାଣ ଜଣା 
ସାଇକେଲ ରେ ବାୟାମ କରିବାକୁ 
ଛେଳି ଗଲାଣି କଂସେଇ ଖାନାକୁ 
ସାଇକେଲ ଟେ ଅଛି କେମିତି କାହିଁ 
 ନେଉନି କାହିଁ କବାଡି ଵାଲା ଭାଇ 
ହାତୀ ପିଠିରେ ବାଘ ବସି ମନ୍ଦିର ଦ୍ୱାରେ 
ବାଘ ଉପରେ ଛେଳି ବସିବ କାହିଁ ଥରେ 
ବର୍ଣ୍ଣବୋଧ ଯାହା ଶିଖେଇ ଥିଲା 
ଶବ୍ଦ ଓ ଅର୍ଥ ରେ ସାମଞ୍ଜସ୍ୟ ଥିଲା 
ଏବେ ସେକଥା ସାତସପନ ହେଲା
ମାନିଲେ ଠାକୁର ନମାନିଲେ ପଥର  
 ମିଛ କି ଥିଲା ଭଲା ଠିଆପାଲା ହେଲା 
ଡିଜେ ବାଜୁଛି ଶବ୍ଦ ଶୁଭୁଛି ଅନ୍ତର ଭେଦି 
ଛବିଳ ବର୍ଣ୍ଣବୋଧ ଆଜି ବି ରହିଛି ଖେଦି 
ଉତ୍କଳ ଗର୍ବ ଓ ଗୌରବ ହେଜି ଯିବା ଖୋଜି 
ବର୍ଣ୍ଣବୋଧ ଅଛି ହୃଦୟରେ ସାଜ ସାଜି 
ସଂସ୍କୃତି ଶିଖାଇ ପରପିଢ଼ିଙ୍କୁ କରିବା ରାଜି 
କାଜି ହୋଇ ଆଗେ ନିଜେ ହେବା ମାଜିମୁଜି


Rate this content
Log in

Similar oriya poem from Abstract