ଦୁଃଖର ଚାଦର ଢାଙ୍କି ଚାଳ ଓ ଶିଳ
ଦେଖାନ୍ତି କାନ୍ତି ଦୀପ୍ତି ସୁନୀଳ ସକାଳ
ସବୁ ସକାଳ ଲାଗେ ସୃଷ୍ଟିର ବିକଳ
ଦୁର ହେବ ଆଶା ସଳିତା ଜାଳି ଜଳ
ଚାଳପରେ ଲାଉଡଙ୍କ କୋମଳ
ଶିଳ ବଟା ତୁଣ ଦିଏ ଵୁଦ୍ଧି ବଳ କଳ
ଗୋମାତା ପାଳ ଗୋବର ଘଷି ଜାଳ
ଦେଖିବ ଆସିବନି ଧ୍ୱଂସ ର ଚିତ୍ର ବିକଳ
ସୁଖ ଅପାର ଭୋଗିବାକୁ ଘର ଚାଳ
ଦେଖାଯାଉଥିବ ଯୋଉଠୁ ମନ୍ଦିର ଚୂଳ
ଯୁଦ୍ଧ ଦେହି ଡାକରା ବଦଳେ ଜଳ ଢାଳ
ସବୁଜ ବାନାନୀ ଟପି ଡ୍ରୋନ କି କରିବ
ଖୋଳ ଅବା ଧରାଇବ ଭିକ୍ଷାଥାଳ!
ବମ ମିଜାଇଲ ଆତଙ୍କ ସନ୍ତ୍ରାସ
ଭେଦିବକି କେବେ ଚାଳ
ଚାଲ ଯିବା ବୁଦ୍ଧ ଶରଣଂ ଗଛାମୀ କହି
ତୋଳିବା ଘର ଚାଳ ଢାଙ୍କି ପାଳ ଢ଼ିଙ୍କି ତଳ
ଦୁଃଖ ସବୁ ଚାପିନେବ ଛାତି ତଳେ ଚାଳ
କନ୍ୟା ସବୁ ବସିବେ ମକର ବଉଳ
ପୁରୁଷ ସବୁ ଖାଇ ଆମ୍ବକଷି ପକା ପଖାଳ
ଖାଇ ଖୋଇ ହୋଇବେ ବନ୍ଧୁ ଏକତାର ବଳ
ସାମ୍ୟ ମୈତ୍ରୀ ପ୍ରୀତି କି କରିବ କେବେ ଖୋଳ
ଦୀପ ଜାଳ ଧର ଥାଳ ଶୀଳ ହେବ ଶାଳ