ନାରୀ ସିଏ ଯିଏ ବୁଣି ହୋଇଯାଏ
ମମତ୍ୱବୋଧ ମଞ୍ଜିରେ
ନାରୀ ବିଞ୍ଚିଦିଏ ସ୍ନେହ ଶ୍ରଦ୍ଧା ଟିକିଏ
ସ୍ବାଧୀନତା ସାମର୍ଥ୍ୟ ଭିତରେ
ନାରୀ ସିଏ ନିର୍ମାଣ କରେ କୋଣାର୍କ
ପରସ୍ପର ସ୍ନେହ ରଖି ନିରନ୍ତରେ
ନାରୀ ଦୁଇକୂଳ ହିତା, ସୀତା ସାବିତ୍ରୀ ମାତା
କେତେ କଥା ଗାଥା ନୀରବତରେ
ନାରୀ ମୁଣ୍ଡର ଓଢଣା ହସାଏ ଘର ଅଗଣା
ପତିବ୍ରତା ସୌଧ ଗଢିବାରେ
ନାରୀ ଆହା ସାହା ରାହା ଚେତନା ଚୈତନ୍ୟ ଯାହା
ବିଶ୍ୱପ୍ରେମ ଅନୁକମ୍ପା ହୃଦୟରେ
ନାରୀ ହୃଦୟରେ ଦୟା ମନରେ ମାୟା
ଜାୟା ସେ ପୁରୁଷ ବିପକ୍ଷରେ
ନାରୀ ସଂସାରେ ତରୀ ଆହୁଲା ମାରି ମାରି
ବଞ୍ଚି ବଞ୍ଚାଏ ସଭିଙ୍କୁ ପରିବାରେ
ନାରୀ କସ୍ତୁରବା ସୁବାଷ ଡାକିଲେ ରାଷ୍ଟ୍ରମାତା
ଉଦାହରଣ ଅଟନ୍ତି ଏକ ଅନେକରେ
ନାରୀ ନୁଁହଁ ଅବଳା ଦୁର୍ବଳା ବକଳା ଆକୁଳା
ସର୍ବସଂହା ମାଆଟିଏ ଧରଣୀରେ
ନାରୀ ଜନନୀ ଭଗିନୀ ଜାୟା ବିଞ୍ଚି ସରାଗ ମାୟା
ଢାଙ୍କି ପଣତ ଛାୟା ଢ଼ୋକି ଯନ୍ତ୍ରଣା ନିଜଭିତରେ
ନାରୀ ଶୀତଳ ଛାୟା ନାରୀ ପ୍ରକୃତି ପୁରୁଷ କାୟା
ସଂସାର ନାଆ ବାହିବାରେ
ନାରୀ ହୃଦୟ ସଫା ସନ୍ତାନ ଆଖିରେ ଆଫା
ଫୁଲ ପରି ଫୁଟି ଲୋଟି ଚହଟିବାରେ
ନାରୀ ମମତାମୟୀ ଜଗତଜିତା ସେହି
କ୍ଷମତା ନଈର କ୍ଷମା ପସରା ସିଏ