ଚଗଲା ଚଇତି ସଞ୍ଜ
ଉତ୍ତରା ପବନ ମଞ୍ଜ
କୋଇଲି କୁହୁ ଖଞ୍ଚ
କୁଞ୍ଜରେ ଗୋଧୂଳି ମଞ୍ଜ
ରାଧା ଆସିବନି ଆଜ
କୃଷ୍ଣଙ୍କ ବାଉଳା ମନ ଦରଜ
ସେଇ କଥା ଅଛି ହୋଇ ସଜ
କହେ ଉଡି ଉଡ଼ାପକ୍ଷୀ ବାଜ
ପ୍ରେମ ର କରଜ
ବିରହ ଧୋକାବାଜ
କାଲି କଥା ନାହିଁ ଆଜ
ଗଲାଣି ବରଜ ସାଜ
ପ୍ରେମ ଭାରି ଅସହଜ
ସ୍ୱାମୀ ସ୍ତ୍ରୀ ସମ୍ପର୍କ ସହଜ
ବୁଣିଦେବା ପ୍ରୀତି ମୈତ୍ରୀ ହେଜ
ଫେରାଇଆଣି ଅନୁଭୂତି ପୂର୍ବଜ
ବରଜକୁ ସେଇ ସଞ୍ଜ
ହେବାନି ଦହଗଞ୍ଜ
ଥିବ ସବୁଦିନ ରଞ୍ଜ ରଞ୍ଜ ରଜ