ଗଛ ଆମ ଜୀବନ ,,,,,,,,,,,,,,,,,,,,,,,,,,,
ଗଛ ଆମ ଜୀବନ ,,,,,,,,,,,,,,,,,,,,,,,,,,,
1 min
1
ପକ୍ଷୀ ତୁ ଉଡି ଉଡି ଯାଇ
ଇଶ୍ୱରଙ୍କୁ କହିବୁ ଯାଇ
ଗଛ ଭାଙ୍ଗିଗଲେ ପକ୍ଷୀକୁଳ
ପାରିବୁ କେମିତି ଜୀଇ
ବସା ବାନ୍ଧି ଛନ୍ଦ ଛନ୍ଦି
କାଉ ବସାରେ କୋଇଲି ଫନ୍ଦି
ମଣିଷ ଜୀବଜନ୍ତୁ କୋଉଠୁ
ପାଇବେ ଆଉ ଛାଇ
ପାଣି ପିଇ ତୁଷାର୍ତ୍ତ ଭାଇ
ପ୍ରଭୁ ବନ୍ୟା ବାତ୍ୟା ଶକ୍ତି
ତୁମରି ହାତରେ ଥାଇ
ଯାଅ ନେଇ ଗଛ ରହୁ
ସୃଷ୍ଟି ବଞ୍ଚି ବଞ୍ଚାଇବା ପାଇଁ
ତୁମେତ ଇଶ୍ୱର ରଙ୍ଗର ନଅର
ଗଢି ଦେଇଛ ଗଛ ପତ୍ର ଫୁଲ ଫଳ
ବସା ବାନ୍ଧିବା କୌଶଳ ଶିଖାଇ ଦେଇ
ଏବେ ଯଦି ହେବ ରୁଷ୍ଟ
କେମିତି କିଏ ଭାଷିବ ମିଷ୍ଟ
ସବୁରି ମନ ନେଇ ମିଠା କଥା କହି
ଗଛ ଆମ ଜୀବନ ପବନ ଓ ସପନ
ଦେଖି ରଖି ଶିଖି ବଞ୍ଚିବୁ ଆମେ ଯିବୁ ଜୀଇଁ
ଗଛ ବଞ୍ଚିଲେ ପବନ ବହି ସାଇଁ ସାଇଁ
ନିଶ୍ୱାସ ନେବା ପାଇଁ
ଗଛକୁ ରଖ ବଞ୍ଚାଇ ସାଇଁ
