STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ପାନ 

ପାନ 

1 min
1


ନାଗବଲ୍ଲୀ ନାଗଦେଶର ଐଶ୍ଵର୍ଯ୍ୟ 
ଯୌତୁକ ରୂପେ ପାଇ ଉଦୟନ 
ପାନ ରସ ହେଲା ଆଶ୍ଵାଦନ 
ମଧୁର ମୁଖରସ ଚିଜ 
ଅତିଥି ଅବା ଅଭ୍ୟାଗତ ଶଙ୍ଖୁଳି 
ରଜ ପାନ ସର୍ବତ୍ର ଗଳାମାଳି 
ଦେଇ ତାଳି ପାରେନା କେହି ଟାଳି 
ପାକୁଳି କରିବା ସହଜ 
ନାଗକନ୍ୟା ବସୁଦତ୍ତିକା 
ଆଣିଲେ ପ୍ରେମ ସହ ମୋତି ମାଣିକା 
ମଧୁରୁଚି ପାନରସ ପରିକା ଆର୍ଣ୍ଣିକା 
ଲାଲ ଲାଲ ଓଠ ଛିଟା ଅସହଜ 
ବିଳ ଭିତରକୁ ଚାଲିଯିବା ଆଗରୁ 
ବେଣୀ ବାସିଲା ପଦ୍ମମଧୁ ଚନ୍ଦନ ଅଗରୁ 
ଉଦୟନଙ୍କ ହସ୍ତରୁ ମସ୍ତକ ଆବେଗରୁ 
 ତକ୍ଷକ ଫେରିଆସିଲେ ନରସଂହାରରୁ 
ଉଦୟନ ଓ ବସୁଦତ୍ତିକା ବର ଓ ବଧୂଙ୍କୁ 
ବାସୁକୀ ଦେଇଥିବା ଉପହାର ସବୁରୁ 
କାମଧେନୁ, ସୋପାଧାନ ଓ ସତୁଳିକା ଖଟ 
ନାଗବଲ୍ଲୀ ରୂପେ ପାନର ସାଜ 
ଆଜି ଧରାରେ ବରଜ ବରଜ 
ଥାଟ ଆଣି ଆସେ ରଜ 
ସଂସ୍କୃତି ଖୋଜ ହେଜ ଇତିହାସ ବୁଝ


Rate this content
Log in

Similar oriya poem from Abstract