STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଓଡ଼ିଆ ଭାଷା 

ଓଡ଼ିଆ ଭାଷା 

1 min
1


ଏ ଭାଷା ମୋ ଓଡିଶା ସ୍ୱତନ୍ତ୍ରତା 
ଵୁଦ୍ଧି ବିଚାର ଓଡ଼ିଆର 
ଏ ଭାଷା ଓଡ଼ିଆ ଆନନ୍ଦ ସ୍ପନ୍ଦନ 
ବଳି ଓ ବଳ ତଥା କଳର 
ଏ ଭାଷା ସ୍ୱାଭିମାନ ଅଭିମାନ ସମ୍ମାନ 
ମୋ ସଭ୍ୟତା ସଂସ୍କୃତିର 
ଏ ଭାଷା ଓଡ଼ିଆ ବୁଦ୍ଧିମତା ବଳିଷ୍ଠତା 
ମୋ ମାତୃଭାଷା ଜନ୍ମଭୂମିର 
ଏ ଭାଷା ଆମ ଓଡିଶା ଓଡ଼ିଆ ଭାଷା 
ମୋ ସଭ୍ୟତା ସ୍ୱତନ୍ତ୍ରତା ସଂସ୍କୃତିର 
ଏ ଭାଷା ବଳିଷ୍ଠ କ୍ରନ୍ଦନ ଓ ବନ୍ଧନ 
ମୋ ଜନ୍ମଭୂମି ଜନନୀର 
ଏ ଭାଷା ଓଡିଶା ମାଟି ମାଆ ଭାଷା 
ମୋ ବୁଦ୍ଧିମତ୍ତା ବିକାଶର 
ଏ ଭାଷା ଓଡିଶା ଆଦୃତ ସାରସ୍ୱତ 
ଭାରି ମଧୁର ଚମତ୍କାର 
ଏ ଭାଷା ଆମ ସପନ ଓ ଜୀବନ 
ଚାଷୀ ଓ ସୈନିକ ଭାଇର 
ଏ ଭାଷା ଆମ ଗାଁ ମାତୃଭୂମି ଭାଷା 
ଗାଈଗୋଠ ଓ ଗୋଧୂଳିର 
ଏ ଭାଷା ଆମ ମାଟି ର ଗର୍ବ ଗୌରବ 
ସ୍ୱତନ୍ତ୍ର ଐକ ଓ ମାନ୍ୟତା ପ୍ରାପ୍ତିର 
ଏ ଭାଷା ଆମ ରକ୍ତଗତ ସାମର୍ଥ୍ୟ ଶକ୍ତି 
ମିଠା ଐତିହ୍ୟ ପୋଥି ପୁରାଣର 
ଏ ଭାଷା ଟୁଙ୍ଗି ଘରୁ ଯାର ଶୁଭୁଛି ଓଁଙ୍କାର 
ସାମ୍ୟ ମୈତ୍ରୀ ପ୍ରୀତି ଆପଣାଏକତାମନ୍ତ୍ରର


Rate this content
Log in

Similar oriya poem from Abstract