ହୋଲି ଆସିଛୁ ବୁଲି
ବରଷକେ ଥରେ ଆ ଚାଲି
ଭାଇଚାରା ର ପର୍ବ ବୋଲି
ହୋଲି ରଙ୍ଗ ସାଥେ ଫୁଲି
କୁହୁ କହେ କୋଇଲି
ରଙ୍ଗ ର ପସରା ଆଣି ଆସିଲି
ଆ ସାଙ୍ଗ ରଙ୍ଗେ ନାଚିବା ଖାଲି
ପ୍ରକୃତି ରଙ୍ଗ ଖେଳୁଛି ବୋଲି
ଫୁଲେଇ ହେଉଛି ରଙ୍ଗ ନାଲି
ଆମ୍ବ ଡାଳେ କୋଇଲି
କୁହୁ କୁହୁ କହି ଉତଫୁଲ୍ଲ ଖାଲି
ଆଜି କଥା ଆଉ ନଥିବ କାଲି
ଦୋଳପୂର୍ଣ୍ଣମୀ ରେ ଛାଇଟା ଖାଲି
ଡେଇଁ ଡେଇଁ ଦେଖାଇ ଚାଲି
ଚନ୍ଦ୍ର ଦିଶିଲେ ଧୂସର ନାଲି
ଚନ୍ଦ୍ରମା ଚାହିଁଲା ଓଢଣା ଖୋଲି
ରାଧା ସଙ୍ଗେ କୃଷ୍ଣ ଖେଳିବେ ହୋଲି
ଧରି ପିଚାକାରୀ ଧାଇଁଲେ ବୋଲି
ପ୍ରକୃତି ବେହାଲ ନଈ ରଙ୍ଗ ଲାଲ
ରଙ୍ଗ ବାଘନିସହନାଲା ଚାହେଁ ବୁଲି
ନୀଳକଇଁ କାନ୍ଦେ ବାହୁନି ଖାଲି
ଚାନ୍ଦଉଦିଆ ଚନ୍ଦ୍ର ପ୍ରତିମା କେଣେ ବୋଲି
ଖୋଜି ଖୋଜି କାଲି ଆଜି ଖେଳେ ହୋଲି