STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ନାରୀ ଶସକ୍ତିକରଣ 

ନାରୀ ଶସକ୍ତିକରଣ 

1 min
2


ଅଳତା ଟିକିଲି ସିନ୍ଦୁର ପିନ୍ଧି 
ପାଉଁଜି ଝୁଣ୍ଟିଆ ପାଦ ରେ ବାନ୍ଧି 
ଶାଶୁଘରେ ପଶୁ ପଶୁ ରା଼ନ୍ଧି 
ହେଉ ବନ୍ଦୀ ଅବା ରୁନ୍ଧି 
ରଖିଥାଏ ପରିବାର ବାନ୍ଧି 
ପଡ଼ୁ ଛନ୍ଦି ଖାଉ ଖାଉନ୍ଦ ଖୁନ୍ଦି 
ଯାଏନା କେଣେ କହୁ କିଏ ହୁଣ୍ଡି 
ଧର୍ଯ୍ୟ ସାହାସ ପରାକ୍ରମ ବଳେ 
ଯିଏ ଯେତେ ନିନ୍ଦୁକ ନିନ୍ଦି
ସଂସାର ସାର ଅସାର 
ନାରୀ ପାଖେ ଖୁନ୍ଦି 
ଦେଖ ମାଆ ଲଷ୍ମୀଙ୍କୁ 
ଫେରିଆସିଲେ ନା ନାହିଁ ଦେଉଳକୁ 
ଦେଖ ମାଆ ପାର୍ବତୀଙ୍କୁ 
ଶିବ ଶିବା ଦୁହିଁଙ୍କ ଦାମ୍ପତ୍ୟକୁ 
ହୁଅନ୍ତୁ ଅହଲ୍ୟା ସତୀ ସୀତା 
ଅବା ଯେତେ ଦେବୀ ସାବିତ୍ରୀମାତା 
ସଭିଏଁ ନାରୀ ରୂପେ ଅବତରୀ 
ରଖିବାକୁ ସ୍ୱାମୀ ଶୀର ଶିରୀ 
ପଡନ୍ତୁ ଯେତେ ଉତୁରି ବତୁରି 
ମମତ୍ୱ ଖୁନ୍ଦି ସ୍ନେହ ଛନ୍ଦି ସଂସାର ବାନ୍ଧି 
ରହିଥାଏ ଦୁଃଖ କ୍ଳେଶ ଯନ୍ତ୍ରଣା ସବୁକୁ 
ଲୁହ ରୂପେ ଟୋପେ କାନ୍ଦି 
ଭୁଲିଯାଏ କହିଲେ କିଏ 
ନାରୀ ତୁ ଏକା ଜାଣୁ ଛନ୍ଦ ଛନ୍ଦି 
ରଖିବାକୁ ସ୍ୱାମୀ ଓ ସଂସାର ବାନ୍ଧି
ନାରୀ ମେରୁଦଣ୍ଡ ମଣ୍ଡି 
ସମସ୍ତେ ଭାବନ୍ତି କାଠଗଣ୍ଡି 
ବେଳକାଳ ଉଣ୍ଡି ଚୁପ ରଖେ ତୁଣ୍ଡି 
ବନ୍ଧନ ଯିବ ଛିଣ୍ଡି ବୋଲି ଦିଏ କାନ୍ଦି 
ନାରୀ ଶସକ୍ତିକରଣ ବୁଝିବାକୁ ଧନ୍ଦି
,,,,,,,,,,,,,,,,,,,


Rate this content
Log in

Similar oriya poem from Action