STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଫୁଲେ ଫୁଲେ ହୋଲି 

ଫୁଲେ ଫୁଲେ ହୋଲି 

1 min
0


ରଙ୍ଗର ବରଷା ଏଠି 
ସବୁ ଦିନ ସବୁ ରାତି 
ଫୁଲ ଫୁଟି ଲୋଟି ଚହଟି 
ଖେଳିବାକୁ ହୋଲି 
ପ୍ରତିଟି ସକାଳ ବିଶ୍ୱମୟ 
ଫୁଲ ରଙ୍ଗେ ରଙ୍ଗୋଲି 
କିଏ ନାଲି କିଏ କୋଇଲି 
ପ୍ରଜାପତି ଡେଣା ରଙ୍ଗ ହୋଲି 
ଫୁଲ ଓ ପ୍ରଜାପତି 
ରାଧା କୃଷ୍ଣ ପୀରତି 
ଜଗାଇ ଜାଗୃତି ଆଣନ୍ତି ବୋଲି 
ପ୍ରଜାପତି ଉଡ଼େ ଖାଲି 
ଫୁଲ ପାଖେ ଚଉତିଶା ବୋଲି 
ଫୁଲ ନହୁଲି ପିଆଇ ମହୁଲି 
ରଙ୍ଗରେ ଚହଲି 
ପ୍ରତି ସକାଳେ ଭାବେ 
ଦେବତା ଆସନ୍ତେନି ଚାଲି 
 ନେବ ନନେବ ମାଳି କି ମାଲ୍ୟାଣୀ 
ଫୁଲ ନିଜେ ନିଜର କଲ୍ୟାଣୀ 
ରଙ୍ଗ ରୂପ ବାସ ପସରା ମେଲି 
ଥରେ ଦେବତା ପାଦେ ଗଳାମାଳି 
ହେବାକୁ ଦେହେ ଧୂଳି ବୋଳି 
ରଙ୍ଗକୁ ରଙ୍ଗରେ ଫେଣ୍ଟେ ବୋଲି 
ଫୁଲ ସମସ୍ତଙ୍କ ଗେଲି 
ଦେବ ଅବା ମାନବ ଫୁଲେ ଫୁଲି 
ଫୁଲରେ ଦୋଳ ଯାଏ ଝୁଲି ଝୁଲି 
ଫୁଲ ରଙ୍ଗର ସମ୍ଭାର 
ଫୁଲ ହିଁ ପ୍ରକୃତିର ହୋଲି


Rate this content
Log in

Similar oriya poem from Abstract