STORYMIRROR

Sunanda Mohanty

Abstract Thriller Children

4  

Sunanda Mohanty

Abstract Thriller Children

ଅନୁରାଗ ର ରଙ୍ଗ 

ଅନୁରାଗ ର ରଙ୍ଗ 

2 mins
2


ଏ ବର୍ଷ ଛୁଟିରେ ନାତି ବାବା କି ନାତୁଣୀ ଡୁଗୁ ଆସୁନାହାଁନ୍ତି ଘରକୁ. ସେମାନେ ଏମିତି ଅନେକ ଥର ଛୁଟିରେ ଆସନ୍ତି ନାହିଁ. କେବେ ପୁଅ ବୋହୁ ଓ ନାତି ବାବା ବୁଲିବାକୁ ଯାଇଥାନ୍ତି ଅନ୍ୟ କୋଉଠିକୁ ତ କେବେ ଝିଅ ଜୋଇଁ ଓ ନାତୁଣୀ ଡୁଗୁ ଯାଇଥାନ୍ତି ତାଙ୍କ ପିଇସୀ ଅପା ଘରକୁ. ଏମିତି ଅନେକ ଅନେକ କଥା ଓ ଘଟଣା ରେ ଦେଖି ହୁଏନି ନାତି କି ନାତୁଣୀକୁ କିନ୍ତୁ ଏବେ ପଡୋଶୀ ସୁମତି ଓ କୈଳାଶ ଙ୍କ ଏକମାତ୍ର ଛୋଟ ପୁଅ ରାଜୁ ସହିତ ଅନ୍ତରଙ୍ଗତା ଜମି ଯାଏ ଜେଜେ ଓ ଜେଜେମାଆଙ୍କର. ରାଜୁର ଏମିତି ମାଧବବାବୁ ଓ ମାଳତୀଦେବୀଙ୍କ ସହ ଅନୁରାଗର ରଙ୍ଗ ଯୋଗୁଁ ରାଜୁର ମାଆ ସୁମତି ଓ ବାପା କୈଳାଶ ଙ୍କୁ ମଧ୍ୟ ସୁବିଧା ହୁଏ. ମାଧବବାବୁ ଓ ମାଳତୀଙ୍କ ପାଖରେ ପିଲା ପୁଅ ରାଜୁ କୁ ଛାଡ଼ି ନିର୍ଦୋନ୍ଦରେ ତଥା ନିର୍ଭୟ ରେ ସୁମତି ସ୍କୁଲ ଯାଇପାରନ୍ତି ଓ ଅଫିସ ଯାଆନ୍ତି କୈଳାଶ. ଏ ଘରେ ଆସି ଭଡା ରହିବା ପୂର୍ବରୁ ଛୋଟ ପୁଅ ରାଜୁକୁ କୋଉଠି ଛାଡ଼ି ଯିବେ ବୋଲି ବାପା ଓ ମାଆ ଦୁଇଟା ନାକେଦମ ହୁଅନ୍ତି. ସୁମତି ଓ କୈଳାଶ ଉଭୟଙ୍କ ଦୁଇପକ୍ଷର ବାପା ମାଆ ତ ନାଁହାଁନ୍ତି ପୁଣି ପିଲାଟିଏ ମଧ୍ୟ ମିଳେନି ସହଜରେ ପୁଅ ପାଖେ ରହିବାକୁ ତ ଛଟପଟ ହେବାକୁ ହୁଏ.କେବେ ମାଆ ସୁମତି ସ୍କୁଲ ନେଇ ଯାଆନ୍ତି ରାଜୁକୁ ଯେ କିନ୍ତୁ ପିଲା ଓ ମାଆ ଉଭୟଙ୍କ ଅସୁବିଧା ହୁଏ.ଆଉ କେବେ ଯଦି ଦୂର ସମ୍ପର୍କୀୟ କାହା ଘରେ ଛାଡ଼ନ୍ତି ତେବେ ପିଲାର ଦେହ କଣ ହେବା ନିଶ୍ଚିନ୍ତ. ସେ ଘର ପାଖେ ଥିବା ପ୍ରାଇମେରୀ ସ୍କୁଲରେ ବସେଇ ଦେଇ ଆସିଲେ ଦୁଇବର୍ଷର ରାଜୁ ଏତେସମୟ ସ୍କୁଲ ରେ ବସେନି. ଆଧାରୁ ଉଠି ଜଗେଇଥିବା ଗୁରୁମାଙ୍କ ଅଲକ୍ଷରେ ସ୍କୁଲ ଛାଡ଼ି କେବେ ଚାଲିଆସେ ଘର ଦୁଆର ଯାଏଁ ତ କେବେ ଷଣ୍ଢ କୁ ଡରି ଲହୁ ଲୁହାଣ ହୁଏ ତ କେବେ କାନ୍ଦୁଥାଏ ଦୁଆରେ ବସି. ପୁଣି ଡର ଥାଏ ପିଲାଚୋର ଭୟର. ଏଠିକୁ ନୂଆ ଘରକୁ ଆସିବା ପରେ ଆଉ ମାଧବବାବୁ ଓ ମାଳତୀଦେବୀଙ୍କ ପରି ପଡୋଶୀ ପାଇଯିବା ପରେ ଛୋଟ ପୁଅ ରାଜୁର ପିତା ଓ ମାତା କୈଳାଶ ଓ ସୁମତି ଦୁହେଁ ଦୀର୍ଘନିଶ୍ଵାସ ନିଅନ୍ତି. ଆଉ ଦିନ କେଇଟା ପରେ ରାଜୁ ତିନିବର୍ଷର ହୋଇଯିବ. ତାକୁ ପାଖ ସରସ୍ବତୀ ଶିଶୁ ମନ୍ଦିର ପରି ସ୍କୁଲରେ ଛାଡିକି ଯାଇ ହେବ.ଏକଥା ଭାବୁ ଭାବୁ କିନ୍ତୁ ବଦଳି ହୋଇଯାଇଥିଲା ଦୁହିଁଙ୍କର ଅନ୍ୟତ୍ର. ସେମାନଙ୍କୁ ଏଘର ଓ ପଡୋଶୀ ବାପାଙ୍କ ପରି ମାଧବବାବୁ ଓ ମାଆ ପରି ମାଳତୀଦେବୀ ଙ୍କୁ ଛାଡିକି ଯିବାକୁ ପଡିବ.
   ରାଜୁର ଅସୁବିଧା ପ୍ରତି ଧ୍ୟାନ ହଟେଇ ଯିବାକୁ ପଡିବ ନିଶ୍ଚୟ କାରଣ ଛାଡ଼ ପିତୃକାର୍ଯ୍ୟ... କର ରାଜକାର୍ଯ୍ୟ କଥାଟା ଏକଦମ ସତ. ସରକାରୀ ଚାକିରୀ ତ ନିଶ୍ଚୟ ଯିବାକୁ ପଡିବ. ସୁମିତି ଙ୍କ ସ୍କୁଲ ଓ କୈଳାଶଙ୍କର ଚାକିରୀ ସ୍ଥାନ ଠାରୁ ଘରଭଡା ବୁଝି ଯିବାକୁ ପ୍ରସ୍ତୁତ ହେଲାବେଳେ ରାଜୁ କଥା ଭାବି ମନ ଆନ୍ଦୋଳିତ ହେଉଥାଏ. ଏ ଭିତରେ ରାଜୁ ମଧ୍ୟ ବେଶି ଘନିଷ୍ଠ ହୋଇଉଠୁଥାଏ ପଡୋଶୀ ମାଧବବାବୁ ଓ ମାଳତୀଦେବୀଙ୍କର କାରଣ ଆଗ ଅପେକ୍ଷା ଅଧିକ ସମୟ ତାର କଟୁଥାଏ ଜେଜେ ଓ ଜେଜେମାଆ ଙ୍କ ସଙ୍ଗେ କାରଣ କେବେ ଜଏନ କରିବାକୁ ତ କେବେ ଘରଭଡା ବୁଝିବାକୁ କୈଳାସ ଓ ସୁମତିଙ୍କୁ ନୂଆ ସ୍ଥାନକୁ ଯିବାକୁ ପଡୁଥାଏ. ଆଜି ସେମାନେ ଚାଲିଯିବେ. ଟ୍ରକ ଲାଗିଗଲାଣି. ଜିନିଷପତ୍ର ବୁହା ବୋହି ସରିଗଲାଣି. ମାଧବବାବୁଙ୍କ ଘରେ ଖିଆପିଆ ସାରି ଟ୍ରକ ରେ ବସିବା ପୂର୍ବରୁ ପୁଅ ରାଜୁକୁ ଖୋଜି ଖୋଜି ହାଲିଆ. ଦେଖାଗଲା ସେ ମାଧବ ବାବୁଙ୍କ ଖଟତଳୁ ଆସୁନି. କେତେ ଲୋଭ ଦେଖେଇଲେ ମଧ୍ୟ ନୁଁହଁ ତ ଶେଷକୁ ମାଧବବାବୁ ଓ ମାଳତୀଦେବୀ ଯିବାକୁ ବାହାରିଲେ ତ ରାଜୁ ଖଟତଳୁ ଆସିଲା କିନ୍ତୁ ତାକୁ ଛାଡ଼ି କେମିତି ଆସିବେ ବୋଲି ଜେଜେ ଓ ଜେଜେମାଆ ଦୁଇଟା ଭାବି ଭାବି ଆଖି ଓଦା କରୁଥିଲେ.


Rate this content
Log in

Similar oriya poem from Abstract