ଯାହାକୁ ପଢି ଯାଇଛେ ବଢି
ନାମଟି ତାର ପୁସ୍ତକ
ବେଦ ଉପନିଷଦ ଗୀତା ଭାଗବତ
ପଢିକି ହେଲେ ଆସ୍ତିକ
ସାରା ସଂସାର ଆଜି ଆମ ଘର
ଶୁଣି ପଢି ଲେଖି ମୌଖିକ
ଦେଖି ଦେଶ ଦୁନିଆଁ ଜାଣି ବିଷୟ ନୂଆ
ବହି ପା ଅଟେ ନିର୍ଣ୍ଣାଏକ
ପୁସ୍ତକ କୁ ଯେ କରିଛି ବନ୍ଧୁ ଛୁଇଁବ ସିନ୍ଧୁ
ଜ୍ଞାନ ଗରିମା ବୌଦ୍ଧିକ
ଧୋକା ଅବା ଧକା ଦିଏନା କେବେ ବହି
ଜୀବନେ ଅଟେ ରକ୍ଷକ
ପୁସ୍ତକ ମେଳା ଜ୍ଞାନ ଭଣ୍ଡାର ଘର
କବି କବୟିତ୍ରୀ ନିରୀକ୍ଷକ
କିଣି ପୁସ୍ତକ ଜ୍ଞାନ ବର୍ଦ୍ଧକ ହେବା ଆସ୍ତିକ
ପୁସ୍ତକ ସେତ ଜ୍ଞାନ କୁହୁକ
ଅମାପ ଧନ ନିଏ ଚୋର ବହି ଭଣ୍ଡାର
ନେବନି ପର ପୂଜିବେ ନର ବଣିକ
ପଢି ଜାଣି ବିଷୟଭିତ୍ତିକ
ପୁସ୍ତକ ଏକା ବଢ଼ାଏ ଜ୍ଞାନ ଆଣଇ ମାନ
ସମ୍ମାନ ସହାୟକ
ପାଠ ହିଁ ବହି ଶାଠ ହିଁ ବହି ତା ପରି କେ ନାହିଁ
ପକ୍ଷ ଯକ୍ଷ ଡାହୁକ ନାୟକ ନିଶୁଳ୍କ
ବହି ଆନନ୍ଦ ସଚ୍ଚିଦାନନ୍ଦ ଜୀବନେ ମକରନ୍ଦ
ସାରସ୍ୱତ ନାହାକ ଓ ବଣିକ