ସୀତା ତ ସହଜେ ସୁନ୍ଦର
କି ହେବ ତାଙ୍କ ଅଳଙ୍କାର
ଶୁଣି ଉଷା ହେଲା ତତ୍ପର
ବାହାରି ଦେଖିବାକୁ ଶ୍ରୀମୁଖ
ଜାନାକୀ ମାତାଙ୍କର
କରେ ଘେନି ଅଞ୍ଜଳି
ଅଞ୍ଚଳେ ଲୁଚାଇ ଫୁଲ ଆଞ୍ଜୁଳି
ହୋଇ ବାହାର ଧରିଲା ଉପହାର
ସୀତା ମାତା ସ୍ବାଧୀ ସତୀ
ପୂଜିବ ଉଷା ସେହି ପୟର
ସେହି ସଦ୍ୟ ସ୍ନାତା ବେଶ
ଦେଖି ଉଷା ହେଲା ପ୍ରକାଶ
କରି ଉଷ୍ମ ନାଶ
ପ୍ରକୃତି ରେ ରଖି ହସ
ହେଇଥିଲା ଘରୁ ବାହାର
ଆଜି ସେମିତି ରାଧାଙ୍କ ପୂଜିବାକୁ
ପାଦ ପଦ୍ମ ପୟର ସତ୍ୱର
ତ୍ରେତୟା ରେ ହରି ମାରି
ହିରଣ୍ୟକଶ୍ୟପୁ ଚିରି
କୃଷ୍ଣ ମାରିଲେ କଂସ ଦ୍ୱାପର
କଳିରେ ମୁଁ କୁ ମୁଁ ମାରି
ନାଶିବ ଅହଙ୍କାର ସତ୍ୱର
ତେଣୁ ପୂଜି ମାତା ସୀତା
ରାଧାରାଣୀ ପୟର
ଭୁଲି ଯିବା ମୁଁ ପଦ ଅହଙ୍କାର ନିଜର