STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ମାଆ ମୋର ଓଡିଶା 

ମାଆ ମୋର ଓଡିଶା 

1 min
1


ଆହା କି ସୁନ୍ଦର ଉତ୍କଳ ଜନନୀ 
ଚାରୁ ଚିତ୍ରପଟ ପ୍ରକୃତି ଶୋଭିନୀ 
ବାର ମାସେ ତେର ପର୍ବ 
ଜଗନ୍ନାଥ ଓଡିଶା ଆରାଧ୍ୟ୍ୟ 
ଆମେ ଓଡ଼ିଆ ଆମ ଭାଷା ବଢିଆ 
ସାହିତ୍ୟ ଅଟେ ବିଶ୍ୱବନ୍ଦିନୀ 
କୋଣାର୍କ କହେ ଶିଳ୍ପୀ ମରମ କଥା 
ଖୋଦେଇ ଚକ ରେ ସୂର୍ଯ୍ୟଙ୍କ ଛତା 
ରୁପସୀ ଚିଲିକା ହ୍ରଦ 
ଯୋଗୀ ମୁନି ଋଷି ଙ୍କ ପଦ 
ଓଡିଶା ଅଟେ ସମୃଦ୍ଧ 
କେତେ କିମ୍ବଦନ୍ତୀ ସାଥେ ବାଜିରାଉତ 
ପୁଣି ଜଗନ୍ନାଥ ଗୀତଗୋବିନ୍ଦ 
ଛାନ୍ଦ ଅଳଙ୍କାର ରସ ର ଗନ୍ଧ 
କବି ସାହିତ୍ୟିକ ମାନେ ବଡ଼ ବିଚିତ୍ର 
ଓଡିଶୀ ନର୍ତ୍ତକୀ ପାଦରେ ଛନ୍ଦ 
ଅଣ୍ଟାରେ ବାଜୁରେ ପୁରାତନ ଅଳଙ୍କାର 
ସାଥେ ନୋଥ ବାଜୁବନ୍ଧ 
ପୃଥିବୀ ପ୍ରସିଦ୍ଧ ରଥ ଯାତରା 
ମେଳା ମଉଛବ ମକର ପସରା 
ଆଲୋ ମକର ପୁନେଇଁ ରାଣ 
ଭୁଲିଯିବୁନି ମନ ହୃଦ ପରାଣ 
ମୋବାଇଲି ଯୁଗେ ଲେଖିବୁ ଚିଠି 
ଚିଠି ପଢି ନିଜକୁ ନିଜେ ଦେବି ଚୁମୁଟି 
ଜଗନ୍ନାଥ କାନେ କରିବି ମାଗୁଣି 
ସୃଷ୍ଟିକାର ରଖ ତୁମ ସୃଷ୍ଟି ଢାଙ୍କି ଘୋଡଣି 
ତୁମେ ଜଗତର ନାଥ କରନା କେବେ ଅନାଥ 
ଖୋଲି ଦେଇ ଝୋଲି ଦିଅ ନାଆ ମେଲି 
ଓଡିଶାବାସୀ ଉନ୍ମାଦେ ଫୁଲି 
ଜାଗଇ ସତ ସିଂହ ବଳ 
ଧନ୍ୟ କରନ୍ତୁ ମହିମା ହୋଇ ଆକୁଳ 
ବିଶ୍ୱ ଇତିହାସ ଆରମ୍ଭ କରୁ ମାଆ ଉତ୍କଳ


Rate this content
Log in

Similar oriya poem from Inspirational