ଅନେକ ପର୍ବରୁ ଗୋଟେ ମକର
ସଂକ୍ରାନ୍ତି ବେଭାର
ଝୁଣା ଦୀପ ଧୂପ ଦେଇ ସତ୍ୱର
ମକର ଚାଉଳ ଖାଇବା ବସି ମକର
ପର୍ବ ପାଳନ୍ତି ଜଗନ୍ନାଥ ସର୍କାର
ପୁରୀ ବଡ଼ ମନ୍ଦିରେ ଘଣ୍ଟ ଛତା କାହାଳୀ
ବାଜି ବାହାରେ ପଟୁଆର ଭେଳି
ଜଗନ୍ନାଥ ଙ୍କ ମକର ଭୋକ ପନ୍ତି
ଏତେ ନୀତି କାନ୍ତି ଭିତରେ ଦିବ୍ୟ ଜ୍ୟୋତି
ମକର ବାଢ଼ନ୍ତି ଶ୍ରୀଛାମୁର
ବଡ଼ପଣ୍ଡା ମୁଦିରଥ ତାଙ୍କ ନିଜର
ନଡ଼ିଆ କଦଳୀ ଦହି ଛେନା ଘିଅ ମିଠା
କୋଉଠି ରହିଛି ଏମିତି ମୂର୍ତ୍ତମୂଳ ପିଠା
ରୁପା ଥାଳିରେ ମହ ମହ ଭୋଗ
ବେଢା ପରିକ୍ରମା ଭାଗ ଯୋଗ
ଦେଖିବାକୁ ସଖି ଆ ଯିବା ବଡ଼ମନ୍ଦିର
ଫୁଲ ତୋଳି ନେବା ଛାମୁର
ଦେଖି ଶୁଣି ଡାକ ରୋଷଘର
ଖାଇ ମକର ଡକାଡକି ହେବା ମକର
କେତେ ପରବ ଭିତରୁ ମକର ବାଢେ
ଭାଇଚାରା ଲୋଡ଼ାଖୋଜା ବଢେ
ଆସିବ ଲେଉଟି ବର୍ଷକେ ମାଘିଆ
ଘୋଡ଼ି ହୋଇ ଶୀତ ଚାଦର ବାଘୁଆ
ମନ ହେଉଥିବ ଘର ବାହାର.